ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ୨୫ତମ କାରଗିଲ ବିଜୟ ଉତ୍ସବ ପାଳନ ଅବସରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର, ୨୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ୨୫ ତମ କାରଗିଲ ବିଜୟ ଉତ୍ସବ ପାଳନ ହେବା ସହ ଏହି ଅବସରରେ କାରଗିଲ ବିଜୟ ଉପରେ ପାଠାଗାରରେ ଉପଲବ୍ଧ ପୁସ୍ତକ ଗୁଡିକର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି l ଏହି ଉତ୍ସବରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରି ଭାରତୀୟ ସୈନିକ ମାନଙ୍କର ଅସୀମ ତ୍ୟାଗ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ l  ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନର ମହା-ନିର୍ଦ୍ଦେଶକ ପ୍ରଫେସର ବି. ଡି. ଶର୍ମା ଏହି ଉତ୍ସବରେ  ମୁଖ୍ୟଅତିଥି ଭାବେ ଯୋଗଦେଇ ସୈନିକମାନଙ୍କର ତ୍ୟାଗ ଓ ବଳିଦାନକୁ ଶବ୍ଦମାଧ୍ୟମରେ ବର୍ଣ୍ଣନା କରିବା କଷ୍ଟକର ସେମାନଙ୍କ ଉଦ୍ଦେଶ୍ୟରେ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପ୍ରୟାସ l ଉତ୍ସବ ପ୍ରାରମ୍ଭରେ ଶହୀଦ ସୈନିକମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା l ରାଜ୍ୟ ଗ୍ରନ୍ଥାଗାରର କର୍ମଚାରୀ ଏବଂ ପାଠକପାଠିକା ମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ  l

Leave a Reply

Your email address will not be published. Required fields are marked *