ବଳରାମପୁର ବିଦ୍ୟାପୀଠ ପରିସରରେ ମେଗା ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିର

ସାଲେପୁର,୧୬/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ପକ୍ଷରୁ କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦନପୁର ଗ୍ରାମ ପଂଚାୟତ ର ବଳରାମପୁର  ବିଦ୍ୟାପୀଠ ପରିସରରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ସେବା ଓ  ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି  ।

ରକ୍ତଦାନ ଶିବିର ରେ ୫୨ୟୁନିଟ ରକ୍ତ ସଂଗ୍ରହ ହେବା ସହିତ ୭୦ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା ।  ୧୨୨ଜଣ ବିଭିନ୍ନ ରୋଗରେ ପୀଡିତ ଲୋକଙ୍କ ସ୍ୱାସ୍ଥ୍ୟ  ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ।

ଏହି ସଂଗଠନ ପକ୍ଷରୁ ବିଭିନ୍ନ ଅନଗ୍ରସର ମଫସଲ ଓ ଗ୍ରାମାଞ୍ଚଳ ରେ ଏଭଳି ମହନୀୟ କାର୍ୟ୍ୟ ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର  ମନୋଜ କୁମାର ନାୟକଙ୍କ ପ୍ରୟାସ ପାଇଁ ଅଞ୍ଚଳବାସୀ  ସାଧୁବାଦ ବାଦ ଜଣାଇଛନ୍ତି  ।  ଏହି ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ  ସ୍ଥାନୀୟ ଗ୍ରାମବାସୀ ଙ୍କ ସମେତ ଯୁବ ଛାତ୍ର ମାନେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *