କିଶନନଗର ରେ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା 

କଟକ ସଦର, ୨୫/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଉତ୍କଳ ବିକାଶ ପରିଷଦ ତତ୍ତ୍ୱାବଧାନରେ ଆଜି ରବିବାର ସଂଧ୍ୟାରେ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଚିନ୍ତାମଣି ବିଦ୍ୟାପୀଠ ଠାରୁ ବାହାରି ବଜାର ପରିକ୍ରମା କରି ରାମଚନ୍ଦ୍ରପୁର ବଡ଼ ଦୂର୍ଗା ଙ୍କ ପୀଠରେ ପହଞ୍ଚି ଥିଲା।

ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସହିଦ୍ ହୋଇଥିବା ଜବାନ ମାନଙ୍କ ସହିତ ପହେଲିଗ୍ରାମ ରେ ଆତତାୟୀ ଙ୍କ ଗୁଳି ମାଡରେ ମୃତ୍ୟୁ ବରଣ କରିଥିବା ଭାରତୀୟ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଦେଶର ମାତୃକାର ସେବାରେ ନିୟୋଜିତ ଥିବା ଜବାନ ମାନଙ୍କ ମନୋବଳ ବଢ଼ାଇବା ସକାଶେ ଭାରତ ମାତା କି ଜୟ ନାରା ଦେଇଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ସାଧୁ ଜେନା, ସରପଂଚ ସୁଜାତା ସେଠୀ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା, ଶୁଭେନ୍ଦୁ ପଣ୍ଡା, ଅମୂଲ୍ୟ ପଣ୍ଡା,ସରୋଜ ବାରିକ୍, ସମୀର ସେନାପତି, କ୍ଷିତେନ୍ଦ୍ର ମିତ୍ର, ଚିତ୍ତରଞ୍ଜନ ସାହୁ, କାର୍ତ୍ତିକ ସାହୁ, ଅର୍ଜୁନ ସାହୁ,ପ୍ରଭାସ ଚନ୍ଦ୍ର ସେଠୀ ଙ୍କ ସହିତ ବହୁ ଦେଶପ୍ରେମୀ ସାମିଲ ହୋଇଥିଲେ। ପରିଚାଳନା ରେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *