ଭୁବନେଶ୍ୱର,୧୫/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଖୋର୍ଦ୍ଧା ଜିଲା ପ୍ରଶାସନ ଓ ବିଏମସିର ମିଳିତ ଉଦ୍ୟମରେ ୬ ନମ୍ବରସ୍ଥିତ ବିଏମସି କଲ୍ୟାଣ ମଣ୍ଡପଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ବୟୋଶ୍ରୀ ମେଳା ଉଦଯାପିତ ହୋଇଛି ।
ତିନି ଦିନ ଧରି ଆୟୋଜିତ ଏହି ଶିବିରରେ ୩୦୦୨ ଜଣ ନିଜର ନାମ ପଞ୍ଜୀକରଣ କରି ବିବିଧ ସୁବିଧା ପାଇଛନ୍ତି । ଏହାସହ ନିଜ ଅଧିକାର ବାବଦରେ ଜାଣିବାକୁ ପାଇଛନ୍ତି । ଏହି ଶିବିରରେ ସରକାରଙ୍କ ଯୋଜନାରେ ରହିଥିବା ୨୫ରୁ ଊଦ୍ଧ୍ୱର୍ ଭିନ୍ନକ୍ଷମଙ୍କୁ ସହାୟ ଉପକରଣ ଯୋଗାଇ ଦିଆଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଶାରୀରିକ, ମାନସିକ, ଚକ୍ଷୁ, କର୍ଣ୍ଣ ଆଦି ପରୀକ୍ଷା ହେବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ଶିବିରରେ ସହାୟକ ଯନ୍ତ୍ର ଓ ଉପକରଣ ଚିହ୍ନଟ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରଦାନ ନିମନ୍ତେ ମାପ, ଭିନ୍ନକ୍ଷମ ଭତା ପଞ୍ଜୀକରଣ, ଆବେଦନ, ଆତ୍ମନିଯୁକ୍ତି ଉପକରଣ ଆବେଦନ, ବାଣିଶ୍ରୀ ବୃତି ଓ ଜାତୀୟ ବୃତି ନିମନ୍ତେ ଆବେଦନ, ଭିନ୍ନକ୍ଷମ ପିତାମାନଙ୍କର ଉଚ୍ଚଶିକ୍ଷା ନିମନ୍ତେ ଆବେଦନ, ଭିନ୍ନକ୍ଷମ ମିଶନ କ୍ଷମତା ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପାଇଁ ଆବେଦନ, ଉଚ୍ଚଶିକ୍ଷା କରୁଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଲାପଟପ୍ ଆବେଦନ, ଭିନ୍ନକ୍ଷମ ବୈଷୟିକ ଶିକ୍ଷା ନିମନ୍ତେ ଆବେଦନ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଏକ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ନିମନ୍ତେ ପ୍ରୋତ୍ସାହନ ରାଶି ନିମନ୍ତେ ଆବେଦନ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବସ୍ ପାସ୍ ପ୍ରଦାନ, ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆବେଦନ, ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସହାୟକ ଯନ୍ତ୍ର ଓ ଉପକରଣ ଚିହ୍ନଟ, ଆଧାରକାର୍ଡ ପଞ୍ଜୀକରଣ ଆବେଦନ ଇତ୍ୟାଦି କରାଯାଇଛି ।