ଜିଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହ – ୨୦୨୩ ପାଳିତ

ଗଣମାଧ୍ୟମ ପ୍ରତିନିଧିମାନେ କୃତ୍ରିମ ମେଧାକୁ ବିନିଯୋଗ କରି ଗଠନ ମୂଳକ ସମ୍ୱାଦ ପରିବେଷଣ କରିବାକୁ ଆହ୍ୱାନ

ଯାଜପୁର, ୧୬/୧୧/୨୦୨୩ (ଓଡ଼ିଶା ସମାଚାର)-   ଗଣମାଧ୍ୟମ ରାଷ୍ଟ୍ରର ଜାଗ୍ରତ ପ୍ରହରୀ ।  ଶାସନ, ବ୍ୟବସ୍ଥାପକ ସଭା, ବିଚାର ବିଭାଗ ଏ ସମସ୍ତଙ୍କୁ ପଥ ପ୍ରଦର୍ଶନ କରିବାରେ ବା ସମାଜର ପ୍ରତିବିମ୍ୱ ଛବି ଊପସ୍ଥାପନ କରିବାରେ ରାଷ୍ଟ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ସର୍ବୋକôୃଷ୍ଟ ଭୂମିକା ରହିଛି ।  ଏଣୁ ରାଷ୍ଟ୍ରର ବିକାଶ ପଥରେ ଗଣମାଧ୍ୟମ ପ୍ରତିନିଧିମାନେ କୃତି୍ରମ ମେଧାକୁ ବିନିଯୋଗ କରି ଗଠନ ମୂଳକ ସମ୍ୱାଦ ପରିବେଷଣ କଲେ ସମାଜ ଓ ରାଷ୍ଟ୍ରର ହିତ ଦ୍ରୁତ ଗତିରେ ଆଗେଇ ଯିବ ବୋଲି ଆଜି ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜିଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହ-୨୦୨୩ ପାଳନ ଅବସରରେ ଉଦଘାଟିକା ତଥା ମୁଖ୍ୟ ଅତିଥି ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ଜିଲା ପରିଷଦ ଊପ-ସଭାପତି ତଥା ଦିବସର ମୁଖ୍ୟ ବକ୍ତା ଶ୍ରୀ ଗଣେଶ୍ୱର ବରାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଓ ଦିବସର ସମ୍ମାନିତ ଅତିଥି ଶ୍ରୀ ଅଶୋକ କୁମାର ବେହୁରିଆ ମତବ୍ୟକ୍ତ କରିଛନ୍ତି ।

           ପ୍ରାରମ୍ଭରେ ମା’ ଟିଭି ର କର୍ତୃପକ୍ଷ ଶ୍ରୀ ଅର୍ପଣ କୁମାର ରାଉତରାୟଙ୍କ ଆୟୋଜନରେ ସଂଗୃହୀତ ସର୍ବ ପୁରାତନ ସମ୍ୱାଦ ପତ୍ର ଗୁଡିକର ପ୍ରଦର୍ଶନୀ ଷ୍ଟଲକୁ ମୁଖ୍ୟ ଅତିଥି, ସଭାପତି, ସମ୍ମାନିତ ଅତିଥି ପରିଦର୍ଶନ କରିବା ସହ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରଦୀପ ପ୍ରଜ୍ୱଳନ ଓ ମା’ ବିରଜାଙ୍କ ପଂଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବସକୁ ଉଦଘାଟନ କରିଥିଲେ ।

            ମୁଖ୍ୟ ଅତିଥି, ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା କହିଲେ ଯେ, ସମ୍ୱାଦ ପତ୍ର ଗୁଡିକର ସୁରକ୍ଷା ଓ ନିରପେକ୍ଷ ସମ୍ୱାଦ ପରିବେଷଣ କରିବା ନିମନ୍ତେ ଜାତୀୟ ପ୍ରେସ୍ ପରିଷଦ ୧୯୬୬ ମସିହା ନଭେମ୍ୱର ୧୬ ତାରିଖରେ ଗଠିତ ହେଲା ।  ସେହି ଦିବସ ଠାରୁ ସମ୍ୱାଦ ପତ୍ର ଗୁଡିକର ସୁରକ୍ଷା ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଓ ସେମାନଙ୍କୁ ଦିଗଦର୍ଶନ ଦେବାପାଇଁ ପ୍ରତ୍ୟେକ ବର୍ଷ ନଭେମ୍ୱର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଅଛି ।  ଆମ ଜିଲାର ସମ୍ୱାଦିକ ମାନେ ଜିଲାକୁ ଅଗ୍ରଣୀ ପଥରେ ଆଗେଇ ନେବାପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ତାହା ଅତି ପ୍ରଶଂସନୀୟ ବୋଲି କହିଥିଲେ ।

            ସେହିପରି ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ ଚଳିତ ବର୍ଷର ବିଷୟ “ଗଣମାଧ୍ୟମ କାଳ ନିରୂପଣ ପଦ୍ଧତିର ଏକ କୃତି୍ରମ ମେଧା” ବା କୃତି୍ରମ ମେଧା ବିନିଯୋଗରେ ଗଣମାଧ୍ୟମର ଭୂମିକା ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ ।  ଏହି ଅବସରରେ ସେ ସମ୍ୱାଦ ପରିବେଷଣ ପୂର୍ବରୁ ସମ୍ୱାଦିକ ମାନେ ଅନୁସନ୍ଧାନ ମୂଳକ ସମ୍ୱାଦ ପରିବେଷଣ ସହ ଏକ ଗଠନ ମୂଳକ ସାମାଜିକ ବାର୍ତା ଦେବାକୁ ପରାମର୍ଶ ଦେଇଥିଲେ ।

            ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦକ୍ଷ ଆଇନଜ୍ଞ, ସାମ୍ୱାଦିକ ତଥା ଯାଜପୁର ପ୍ରେସ୍ କ୍ଳବ ସଭାପତି ଶ୍ରୀ ରାଜୀବ କୁମାର ମହାନ୍ତି ଯୋଗଦେଇ ସରକାରଙ୍କର ସ୍ୱିକୃତି ପ୍ରଦାନ ସାମ୍ୱାଦିକ କମିଟି ନିୟମିତ ବସିବା, ଗୋପବନ୍ଧୁ କାର୍ଯ୍ୟରତ ସ୍ୱାସ୍ଥ୍ୟବୀମା ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା ଆବଶ୍ୟକତା ସମ୍ୱନ୍ଧରେ ଆଲୋକପାତ କରିବା ସହ ବିଂଶ ଶତାବ୍ଦୀରେ ଗଣମାଧ୍ୟମରେ ବୃତିଧାରୀ ସାମ୍ୱାଦିକମାନେ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି ବୋଲି ଉଦବୋଧନ ରଖିଥିଲେ ।

            ମୁଖ୍ୟ ବକ୍ତା ଭାବେ ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ ଯୋଗଦେଇ କହିଲେ ଯେ, ସମ୍ୱାଦିକମାନେ ହେଉଛନ୍ତି ଜାଗ୍ରତ ପ୍ରହରୀ ।  ଯାଜପୁର ଜିଲା ଏକ ଐତିହ୍ୟ, ସଂସ୍କୃତି ସଂପନ୍ନ ଜିଲା ।  ମା’ ବିରଜାଙ୍କ ଶକ୍ତି ପୀଠ ମହାନ । ଏଣୁ ବଣର ମଲ୍ଳୀ ବଣରେ ପୁଂଟି ଝଡିଯାଉଥିବା ବେଳେ ତାହାକୁ ଲୋକ ଲୋଚନକୁ ଆଣିବା ଗଣମାଧ୍ୟମର ପ୍ରମୁଖ ଦାୟିତ୍ୱ ଥିବାବେଳେ ଯାଜପୁର ଜିଲାକୁ ସମଗ୍ର ବିଶ୍ୱରେ ପରିଚୟ ସ୍ଥାପନ ପାଇଁ ଗଣମାଧ୍ୟମ ଆଗେଇ ଆସନ୍ତୁ ବୋଲି କହି ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

            ସଭାପତି ଭାଷଣରେ ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା କହିଲେ ଯେ, ସାମ୍ୱାଦିକମାନେ ସମାଜର ଓ ରାଷ୍ଟ୍ରର ଚତୁର୍ଥ ସ୍ତମ୍ଭର ଦାୟିତ୍ୱ ନିର୍ବାହ ସହ ଦୁର୍ଗମ ଅଂଚଳର ସମ୍ୱାଦ ପ୍ରଶାସନ ନିକଟରେ ପହଂଚାନ୍ତୁ ।   ସାମ୍ୱାଦିକମାନେ କାମଳ ସାମ୍ୱାଦିକତାରୁ ନିବୃତ ରହି ଅନୁସନ୍ଧାନ ଓ ପର୍ଯ୍ୟବେକ୍ଷଣ କରି ଗଠନ ମୂଳକ ସମ୍ୱାଦ ପରିବେଷଣ କଲେ ତାହା ଜନ କଲ୍ୟାଣରେ ପ୍ରଶାସନିକ ପଦକ୍ଷେପ ସହଜ ହେବ ବୋଲି ଗୁରୁତ୍ୱାରୋପ କରି ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁଖ ସମୃଦ୍ଧି କାମନା କରିଥିଲେ ।

            ଦିବସ ଉପଲକ୍ଷେ  ବରିଷ୍ଠ ସାମ୍ୱାଦିକ ଶ୍ରୀ ଆନନ୍ଦ ଚନ୍ଦ୍ର ସାହୁ, ଶ୍ରୀ ଜୟନ୍ତ କୁମାର ଗୋସ୍ୱାମୀ, ଶ୍ରୀ ସନ୍ଦିପ୍ତ କୁମାର ରାୟ, ଶ୍ରୀ ସମରବିଜୟ ଶରଣ ପ୍ରମୁଖ ଚଳିତ ବର୍ଷର ବିଷୟ “ଗଣମାଧ୍ୟମ କାଳ ନିରୂପଣ ପଦ୍ଧତିର ଏକ କୃତ୍ରିମ ମେଧା” ସମ୍ୱନ୍ଧରେ ବକ୍ତବ୍ୟ ରଖିବା ସହ ଜିଲା ସଦର ମହକୁମା ଠାରେ ଏକ ପ୍ରେସ୍ ରୁମ୍ ସ୍ଥାପନର ଦାବି ଉପସ୍ଥାପନ କରିଥିଲେ ।

ବୈଠକ ପ୍ରାରମ୍ଭରେ ଆଂଚଳିକ ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।  ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରାରମ୍ଭିକ ବକ୍ତବ୍ୟ, ଧନ୍ୟବାଦ ପ୍ରଦାନ କରିବା ସହ ମଂଚ ସଂଯୋଜନା କରିଥିଲେ । ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ହିତାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନର ଶୁଭାରମ୍ଭ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା ।

Leave a Reply

Your email address will not be published. Required fields are marked *