କେନ୍ଦ୍ରାପଡ଼ା, ୧୩/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ଗୋପଛକ ନିକଟ ଟିଭି ସେଂଟର ଠାରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୀତା ଯଜ୍ଞ, ଗୋ-ପୂଜା, ଭଜନ ସନ୍ଧ୍ୟା, ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ସୁରେନ୍ଦ୍ର ନାଥ ଶତପଥିଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନାରେ କର୍ତା ଭାବେ ବିକ୍ରମ କୁମାର ମଲ୍ଲ ଓ ଜୟନ୍ତୀ ମଲ୍ଲ ଯୋଗଦେଇଥିଲେ ।
ଏଥିରେ ୫ ଦଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ସଂକୀର୍ତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନ୍ ଜୀବୀ ସୁରେଶ ଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ଜେନା, ପ୍ରବୀର କୁମାର ପତି, ସରୋଜ ନାୟକ, ସୁଜୟ ସ୍ୱାଇଁ, ସୁରଶ ଦାସ, ଭାରତୀ ସ୍ୱାଇଁ, ବିକାଶ ସ୍ୱାଇଁ, ରାଜେନ୍ଦ୍ର ବାରିକ, ଧୀରେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନାମଯଜ୍ଞରେ ଆଖାପାଖ ଅଂଚଳର ହଜାର ହଜାର ଜନତା ସାମିଲ ହୋଇଥିଲେ ।
