କିଶନନଗର ରେ ଶନି ଦେବ ଙ୍କ ଜଳାଭିଷେକ 

କଟକ ସଦର ,୧୧/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ରାମଚନ୍ଦ୍ରପୁର ଠାରେ ଥିବା ଗ୍ରହ ରାଜ ଶନିଶ୍ଚର ଦେବଙ୍କ ମନ୍ଦିରରେ ଆଜି ଶନିବାର ପ୍ରତ୍ୟୁଷରୁ ପ୍ରତିବର୍ଷ ଭଳି ପାରମ୍ପରିକ ବାର୍ଷିକ ଜଳାଭିଷେକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ସହସ୍ରାଧିକ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିକଟରେ ଥିବା ମହାନଦୀରୁ ନୂଆ କଳସୀରେ ଜଳ ଆଣି ଗ୍ରହ ଶାନ୍ତି ପାଇଁ ଗ୍ରହମାନଙ୍କ ଉପରେ ଜଳାଭିଷେକ କରିଥିଲେ। ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କିଶନନଗର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିବା ବେଳେ ମେଡିକାଲ ପକ୍ଷରୁ ଅସ୍ଥାୟୀ ଆଶୁ ଚିକିତ୍ସା ଶିବିର ଖୋଲାଯାଇଥିଲା। ଏହି ଅବସରରେ ଗତକାଲି ଶୁକ୍ରବାର ଠାରୁ ପୀଠରେ ଆରମ୍ଭ କରାଯାଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ର ଆଜି ସଂଧ୍ୟାରେ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। କାର୍ଯ୍ୟକ୍ରମ ପରିଚାଳନାରେ ଶନିଶ୍ଚର ମନ୍ଦିର ପରିଚାଳନା କମିଟି ସଭାପତି ରମାକାନ୍ତ ନାୟକ, ପ୍ରମୋଦ ନାୟକ, ଅଶୋକ ସାହୁ, ଦିଲ୍ଲିପ ସାହୁ, ଦେବାଶିଷ ସିହ୍ନା, ରବିନ୍ଦ୍ର ବେହେରା,ଵାଵୁନା ସେଠୀ ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *