ହିନ୍ଦୋଳ, ୨୨/୦୩/୨୦୨୪ (ଓଡ଼ିଶା ସମାଚାର)-ହିନ୍ଦୋଳ ସଦର ମହକୁମା ରାଜମୋହନପୁର ଠାରେ ଆଜି ଅପରାହ୍ନରେ ନୂତନ କୋର୍ଟ ବିଲଡିଂ ନିର୍ମାଣ ନିମନ୍ତେ ଭରଚୁଆଲ ମୋଡରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଏହାକୁ ଉଦଘାଟନ କରିଥିଲେ । କାର୍ୟ୍ୟକ୍ରମ ରେ ଢ଼େଙ୍କାନାଳ ଜିଲ୍ଲା ଜଜ ମାନ୍ୟବର ଜଗଦୀଶ ପ୍ରସାଦ ମହାନ୍ତି, ହିନ୍ଦୋଳ ସିଭିଲ କୋର୍ଟ ସବ ଜଜ ରୋଜି ତ୍ରିପାଠୀ, ଏସ ଡ଼ି ଜେ ଏମ ପ୍ରତ୍ୟୁଷା କିରଣ ଉପସ୍ଥିତ ରହିଥିଲେ । ଏହା ସମେତ ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରକାଶ ଦାସ, ଅରୁଣ ଦାସ, ଦିବାକର ଦାସ, ଅଶ୍ୱିନୀ ମହାପାତ୍ର, ଦିପ୍ତୀକାନ୍ତ ପ୍ରଧାନ, ସୁରେଶ ବାରିକ, ଦେବାନନ୍ଦ ପଟ୍ଟନାୟକ, ପ୍ରକାଶ ନାୟକ, ବିବେକାନନ୍ଦ ପଣ୍ଡା, ଙ୍କ ସମେତ ବହୁ ଓକିଲ, ଯୋଗଦାନ କରିଥିଲେ । ସେହିପରି ହିନ୍ଦୋଳ ଆଇ ଆଇ ସି ଚାରୁଲତା ବେହେରା ଓ ପୋଲିସ ଷ୍ଟାଫ, କୋର୍ଟ କର୍ମଚାରୀ, ପୂର୍ତ୍ତ ବିଭାଗ, ଦୂର ସଂଚାର ବିଭାଗ ଏବଂ ଟେଣ୍ଡର ନେଇଥିବା ଠିକାଦାର ମଧ୍ୟ୍ୟ ଉପସ୍ଥିତ ଥିଲେ । ଉକ୍ତ ବିଲଡିଂ ପାଇଁ ୬ କୋଟି ୬୭ ଲକ୍ଷ ଅର୍ଥ ଅନୁଦାନ ମିଳିଥିବା ପ୍ରକାଶ ।
ନୂତନ କୋର୍ଟ ବିଲଡିଂ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ
