ଗରଦପୁର, ୧୩/୦୨/୨୦୨୫(ଓଡ଼ିଶା ସମାଚାର)- କେବଳ ଆଇନ କରିଦେଲେ ହେବନି । ଆଇନ କୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ପାଇଁ ହେଲେ ଜନ ସଚେତନତା ଜରୁରୀ । 
ଏଥି ସହିତ ଆଇନ୍ ର କିପରି ଦୂରୁପଯୋଗ ନହେବ ସେଥିପାଇଁ ସବୁବର୍ଗ ଗୁରୁତ୍ୱ ଦେବା ଉଚିତ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।
ରାଜ୍ୟ ମହିଳା କମିଶନ ସହାୟତାରେ ଜିଲା ସମାଜ ମଙ୍ଗଳ ବିଭାଗ ଓ ବ୍ଲକ୍ ଶିଶୁ ପ୍ରକଳ୍ପ ବିଭାଗ ଦ୍ୱାରା କୋରୁଆସ୍ଥିତ ମହିଳା ମହାବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସିଡ଼ିପିଓ ସ୍ୱର୍ଣ୍ଣପ୍ରଭା ଶତପଥି ସଭାପତିତ୍ୱ କରିଥିଲେ । ଏବଂ ଜିଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ସାଶ୍ୱତ ନିର୍ମଳ ଦାସ, ଜିଲା କୈଶୋର ସଶକ୍ତିକରଣ ସଂଯୋଜିକା ଅମିତା ସିଂ ଓ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ଅତିଥି ଭାବେ ଯୋଗ ଦେଇ ଘରୋଇ ହିଂସା, କନ୍ୟା ଭୃଣ ହତ୍ୟା, ଯୌନ ଉତ୍ପିଡ଼ନ , ଶିଶୁ ଓ ମହିଳା ଚାଲାଣ , ବାଲ୍ୟ ବିବାହ ପୋସକୋ, ଯୌତୁକ ବିରୋଧୀ ଆଇନ ର ସଚେତନତା ଓ ଉପକାରିତା ସହିତ ଆଇନ ଉଲଂଘନ କଲେ ଦଣ୍ଡ ବିଧାନର ପ୍ରାବଧାନ ରହିଥିବା ଉପରେ ଆଲୋକପାତ କରିଥିଲେ । 

ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପ୍ରୋଗ୍ରାମ ଅଧିକାରୀ ଭାରତୀ ବେହେରା, ମହିଳା ମିଶନ ସଂଯୋଜକ ଲଲାଟେନ୍ଦୁ ଭୋଇ ,ମହିଳା ସୁରକ୍ଷା ଆଇନଜୀବି ମମତା ମୟୀ ସାମଲ ,ଡ଼ ବିଶ୍ୱରଂଜନ ରାଉତରାୟ, ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ଶିଶୁ ପ୍ରକଳ୍ପ ସୁପରଭାଇଜର ବିଜ୍ଞଶ୍ରୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଯୋଜକ କୈଳାଶ ବାରିକ , ମଧୁସ୍ମିତା ବେହେରା , ଶଶିରେଖା ସିଂ , ମାଳତୀ ହାସଦା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅଙ୍ଗନୱାଡ଼ି କର୍ମୀ , ଆଶା , କଲେଜ ର ଛାତ୍ରୀ ଓ ସାଧାରଣ ମହିଳା ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
