ଭୁବନ, ୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବଚ୍ଛ ସର୍ବେକ୍ଷଣ ରଥ କୁ ଉଦଘାଟନ କରିଛନ୍ତି ଭୁବନ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ। ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୫ ଗୋଟି ଓ୍ବାର୍ଡରେ ସ୍ବଚ୍ଛତାକୁ ନେଇ ସଚେତନତା ଏହାର ମୁଖ୍ୟ ଲକ୍ଷ୍ୟ ।
ଏକ ସୁନ୍ଦର ଭୁବନ ଓ ସ୍ବଚ୍ଛ ଭୁବନ ଗଢି ତୋଳିବାକୁ ହେଲେ ଭୁବନ ସହର କୁ ସଫା ସୁତୁରା ସହିତ ପରିମଳକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି ବୋଲି ନିର୍ବାହୀ ଅଧିକାରୀ ଲୋକନାଥ ବେଜ କହିଥିଲେ । ଏହି ଅବସରରେ ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ରେ ସମସ୍ତ ସ୍ବଚ୍ଛ ସାଥି, ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଭୁବନ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
