ଦଶରଥପୁର,୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକର ଥାଲକୁଡି ପଞ୍ଚାୟତକୁ ଆଜି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ମାରାଥନ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଦକ୍ଷିଣବନ୍ଧ ଗ୍ରାମର ବିଜୁଳିପଡା, ଥାଲକୁଡ଼ି ଗ୍ରାମର କଷବା ବନ୍ଧସାହି ଓ ଧନୀପୁର ଗ୍ରାମରେ ଆଗକୁ ଖରା ଦିନ ଆସୁଥିବାରୁ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆଜି ସ୍ୱଜଳଧାରା ପ୍ରକଳ୍ପର ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ନିର୍ବାଚନ ସମୟରେ ଲୋକ ମାନଙ୍କୁ ଦେଇଥିବା ପ୍ରତିଶୃତି ଆଜି ବିଧାୟିକା ଶ୍ରୀମତୀ ମଲ୍ଲିକ ପୂରଣ କରିଛନ୍ତି ବୋଲି ଗ୍ରାମବାସୀ ମାନେ କହିବା ସହ ଖୁସି ପ୍ରକଟ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପଞ୍ଚାୟତର ପ୍ରାୟ ୫ ଶହ ପରିବାର ଉପକୃତ ହୋଇପାରିବେ ।
ସରକାର ବଦଳିବା ପରେ ମଧ୍ୟ ବିଧାୟିକା ଲୋକଙ୍କ ସେବାରେ ଅଛନ୍ତି , ପୂର୍ବରୁ ଥିଲେ , ଆଗକୁ ଏମିତି ଲୋକସେବା ଜାରି ରହିବ ବୋଲି ଥାଲକୁଡ଼ି ପଞ୍ଚାୟତର ଯୁବନେତା ତଥା ଥାଲକୁଡି ପଞ୍ଚାୟତ ବିଜେଡି ସଭାପତି ବିଜୟ କୁମାର ପାତ୍ର କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଥାଲକୁଡି ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ସେଠି, ସମିତିସଭ୍ୟା ଅର୍ଚ୍ଚନା ଦାସ, ଯୁବ ନେତା ଦୀପକ କୁମାର ବାରିକ, ସୋମ୍ୟ ରଞ୍ଜନ ମଲ୍ଲିକ, ଆତ୍ମା ଅଧ୍ୟକ୍ଷ ଅନ୍ନଦା ପାଣ୍ଡଵ, ଜାଫରପୂର ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ବେହୁରିୟା , ବିରିପଟା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ନାୟକ,ନନ୍ଦନ ପୃଷ୍ଟି, ପ୍ରାକ୍ତନ ସରପଞ୍ଚ ମନୋରଞ୍ଜନ ଦାସ, ସମାଜସେବୀ ପ୍ରମୋଦ କୁମାର ଦାସ, ଭରତ ମଲିକ, ହିମାଂଶୁ ନାୟକଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।
