ସଦର ଵିଜେପି ପକ୍ଷରୁ ବାଜପେୟୀଙ୍କ ଜନ୍ମ ଦିନକୁ ସୁଶାସନ ଦିବସ ଭାବେ ପାଳନ

କଟକ ସଦର , ୨୫/୧୨/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଭାରତ ରାଜନୀତିରେ ସର୍ଵମାନ୍ୟ ରାଷ୍ଟ୍ରଵାଦୀ ନେତା, ବିକାଶ ପୁରୁଷ, ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମଦିନ ଅବସରରେ କଟକ ସଦର ଵିଜେପି ପକ୍ଷରୁ ଆଜି ସୋମବାର ଦିନ କନ୍ଦରପୁର ମଣ୍ଡଳର ତଅଁରପା ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମାଜସେବୀ କିରଣଵାଳା ପତିଙ୍କ ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏଥିରେ ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା କଟକ ସଦର ସଂଯୋଜକ ହୃଷିକେଶ ଜେନା, କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ କୁମାର ବେହେରା, ଜିଲ୍ଲା ଉପସଭାପତି ନିର୍ମଳ ଦାସ, ମଣ୍ଡଳ ସଭାପତି ଅଭୟ ସ୍ୱାଇଁ, ସାଧାରଣ ସଂପାଦକ ମନୋରଂଜନ ପତି, ନିମେଇସାପୁର ପଞ୍ଚାୟତ ପ୍ରମୁଖ ପ୍ରବୋଧ କାଣ୍ଡି, ପ୍ରଦୀପ ପାତ୍ର, ଗିରିଧାରୀ ଲେଙ୍କା, ରବିନ୍ଦ୍ର ମହାଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *