ପୂର୍ବକଛ ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

କଟକ ,୨୫/୧୨/୨୦୨୩(ଓଡିଶା ସମାଚାର/ ଅଭୟ ଜେନା ) କଟକ ଜଗତପୁର ଥାନା  ପୂର୍ବକଛ ଗାଁରେ ଘଟିଥିବା ନାବାଳକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି କଟକ କମିସନରେଟ ପୋଲିସ । ଗତ ୧୭ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ଜଗତପୁର ଥାନା ରେ ସାମ୍ବାଦିକ ସମିଳନୀରେ  ଡିସିପି ପିନାକ ମିଶ୍ର  ସୂଚନାଦେଇଛନ୍ତି । ଯୋଗେନ୍ଦ୍ର ଓରଫ ବାବୁଲି ପଣ୍ଡା ନାମକ ଯୁବକ ଯୌନ ଶୋଷଣ କରିଥିବା ସୂଚନା ଦେଇଛନ୍ତି ଡିସିପି  । ବାବୁଲି କୁ ପୋଲିସ ସିନ୍ ରି କ୍ରିଏସନ କରିଛି  ।  ଆସାମୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବବୋଲି ସୂଚନା ଦେଇଛନ୍ତି ଡି ସି ପି ଜ୍ଝଏଠାରେ ଉଲ୍ଲେଖନୀୟ ଯେ,ସାଲେପୁର ବ୍ଲକ ଜଗତପୁର ଥାନା ପୂର୍ବକଛ ଗ୍ରାମର ଜଗନ୍ନାଥ ବେହେରା ଙ୍କ  ବାରବର୍ଷ ର ପୁଅ ଜ୍ୟୋତି ପ୍ରକାଶ କୁ ଗଳା କାଟି ହତ୍ୟା କାରାଯାଇ ଚନ୍ଦନ ପୋଖରୀ ହୁଡାରେ ଦୁର୍ବୃତ୍ତ ଫିଙ୍ଗି ଦେଇଥିଲା  ।  ପରଦିନ ସ୍ଥାନୀୟ ଲୋକେ ବାଳକ ର ମୃତଦେହ ଦେଖି ଥାନାରେ ଖବର ଦେଇଥିଲେ  ।

Leave a Reply

Your email address will not be published. Required fields are marked *