କେନ୍ଦ୍ରାପଡ଼ା, ୨୫/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସମୀର ଟିଭିଏସର ୨୭ ତମ ବାର୍ଷିକ ଉତ୍ସବ ଅବସରରେ ଏକ ସଡକ ସୁରକ୍ଷା ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାକୁ ଟାଉନ ଥାନାର ସବ୍ଇନିସପେକ୍ଟର ରତିରଞ୍ଜନ ନାୟକ ଉଦଘାଟନ କରିଥିଲେ । କେନ୍ଦ୍ରାପଡା ସହରର ଇଛାପୁରରୁ ବାହାରି ସହର ମଧ୍ୟଦେଇ ଚାନ୍ଦୋଳ ପର୍ଯ୍ୟନ୍ତ ଯାଇଥିବା ଏହି ସଚେତନତା ଶୋଭାଯାତ୍ରାରେ ହେଲମେଟ ପିନ୍ଧନ୍ତୁ ଓ ଜୀବନ ବଂଚାନ୍ତୁ ସ୍ଳୋଗାନ ସହିତ ବିଭିନ୍ନ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ମୂଳକ ବାର୍ତାମାନ ଦିଆଯାଇଥିଲା । ସହର ମଧ୍ୟଦେଇ ଯାଉଥିବା ଏହି ଶୋଭାଯାତ୍ରାରେ ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦ ଜନସାଧାରଣଙ୍କୁ ଦୃତ ଗତିରେ ଓ ବିନା ହେଲମେଟରେ ଗାଡି ନଚଳାଇବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଦୀର୍ଘ ୨୬ବର୍ଷ ଧରି ସେବା ଯୋଗାଇ ଆସୁଥିବା ସମୀର ଟିଭିଏସକୁ ଆଉ ପାଦେ ଆଗେଇବା ପାଇଁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀକାନ୍ତ ବେହେରା, ନାରାୟଣ ପଣ୍ଡା, ଅନିଜା ଜେନା, ସମାପ୍ତି ବେହେରା, ରିତାଞ୍ଜଳି ସ୍ୱାଇଁ, ଲକ୍ଷ୍ମଣ ବେହେରା, କ୍ଷିତିଶ କୁମାର କର, ରଶ୍ମିତା ସ୍ୱାଇଁ, ସୋନାଲି ଦାସ, ଦିପକ ସାମଲ, ମହେନ୍ଦ୍ର ନାୟକ ପ୍ରମୁଖ ସମୀର ଟିଭିଏସର କର୍ମଚାରୀମାନେ ସହଯୋଗ କରିଥିଲେ ।