ମହିଳା ନେତ୍ରୀଙ୍କ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ

 ଟାଙ୍ଗୀ, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)-  ଖୋରଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରତନପୁର ଗ୍ରା.ପ. ର ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ଛାମୁଆ କର୍ମୀକୁ ନେଇ ଏକ ବନ୍ଧୁ ମିଳନ ତଥା ସାଙ୍ଗଠନିକ ବୈଠକ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ରଙ୍କ ନେତୃତ୍ୱରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଯୁବ ଛାତ୍ର ଓ ବରିଷ୍ଠ ପ୍ରମୁଖ ପ୍ରାୟ ୧୫୦ଜଣ କର୍ମୀ ଯୋଗ ଦେଇଥିଲେ । ଓଡ଼ିଶାର ରୂପକାର,କୁଶଳୀ ବିନ୍ଧାଣୀ ତଥା ଭାରତ ବର୍ଷର ଇତିହାସ ସୃଷ୍ଟି କାରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀ ମାନଙ୍କୁ ଶ୍ରୀମତୀ ମହାପାତ୍ର ଆହ୍ୱାନ ଦେଇଥିଲେ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଗାଦିନାସୀନ କରାଇବାକୁ ସମସ୍ତେ ନିରନ୍ତର ଚେଷ୍ଟା ଅବ୍ୟାହତ ରଖିବାକୁ ଗୁରୁମନ୍ତ୍ର ଦେଇଥିଲେ । ଉପସ୍ଥିତ କର୍ମୀମାନେ ଶ୍ରୀମତୀ ମହାପାତ୍ର ଙ୍କ ବଳିଷ୍ଠ ନେତୃତ୍ୱ, ଆପଦକାଳରେ ପୂର୍ଣ୍ଣ ସହଯୋଗ ବଢ଼ି, ଝଡି, ଘରପୋଡି ଏବଂ ଚିକିତ୍ସା ହେଉଥିବା ରୋଗୀମାନଙ୍କ ପାଖରେ ତୁରନ୍ତ ପହଞ୍ଚି ସେମାନଙ୍କ ସୁଖ ଦୁଃଖ ରେ ନିଜକୁ ସାମିଲ କରି ସାହାଯ୍ୟ ସହଯୋଗ ର ହାତ ବଢ଼ାଉଥିବା ଶ୍ରୀମତୀ ମହାପାତ୍ରଙ୍କ ନେତୃତ୍ୱ ପ୍ରତି ଗଭୀର ଆସ୍ଥା ଓ ଭରସା ସର୍ଵ ସମତ ଭାବରେ ପାରିତ ହେଲା ।

Leave a Reply

Your email address will not be published. Required fields are marked *