ଭୁବନେଶ୍ୱର,୧୧/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପତ୍ରିକାର ସଂପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି । ‘ଯୁଗଶ୍ରୀ ଯୁଗନାରୀ’ ସହ-ସଂପାଦିକା ଡ. ପ୍ରଭାବତୀ ପଣ୍ଡା ଅତିିଥି ପରିିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନ ସଭା, ସାରସ୍ୱତ ସାଧନା ବୟସକୁ ଅପେକ୍ଷା କରେନା – ଉପେକ୍ଷା କରେ, ଜୀବନର ଲମ୍ବା ରାସ୍ତାରେ ଚଳଚଳ ସାହିତି୍ୟକ ଓ ଅଭିଜ୍ଞତାପୂର୍ଣ୍ଣ ସର୍ଜ୍ଜନାକୁ ପ୍ରଣାମ କରିବା ଉଚିତ୍ ଓ ସାହିତ୍ୟ ସାଧକଙ୍କୁ ଉତ୍ସାହିତ କରିବା ସମାଜର ଧର୍ମମଧ୍ୟ ହେବା ଉଚିତ୍ ବୋଲି କହିଥିଲେ । ବିଶିଷ୍ଟ ଅତିଥି କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ ଲେଖାକୁ ଅସ୍ୱୀକାର କରିହେବନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ. ପ୍ରସନ୍ନ ସ୍ୱାଇଁ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଯୁଗଶ୍ରୀ ଯୁଗନାରୀ ଏକ ପତି୍ରକା ନୁହେଁ ଏକ ଆନ୍ଦୋଳନ – ସଂସ୍କୃତି, ଶିକ୍ଷା ସମାଜ କ୍ଷେତ୍ରରେ କହିଥିବା ବେଳେ ସମ୍ମାନିତ ଅତିଥି ପ୍ରଫେସର ଡ. ସଂଗୀତା ରଥ, ବିଶିଷ୍ଟ ଶିକ୍ଷାବିତ୍ ଓ ସୁସାହିତି୍ୟକା ମତବ୍ୟକ୍ତ କରିଥିଲେ ପୁରୁଷ ପ୍ରଧାନ ଦେଶରେ ନାରୀ ବି କମ୍ ନୁହେଁ ତାହାର ସୃଜନଶୀଳତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିର୍କ ଫେବୃଆରୀ-୨୦୨୫ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା ।
ଏହି ସାରସ୍ୱତ ସମାରୋହରେ ୨୦୨୫ ମସିହା ପାଇଁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ ଶ୍ରୀମତୀ ଝରଣା ପଟ୍ଟନାୟକ, ବିଶିଷ୍ଟ ସାହିତି୍ୟକା, ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ, ଡ. ବିଜୟା ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ, ଯୁଗଶ୍ରୀ ଯୁଗନାରୀ ପରିବେଶ ସୁରକ୍ଷା ସମ୍ମାନ ଶ୍ରୀଯୁକ୍ତ କିରିଟ ଗାନ୍ଧି, ନିର୍ଦ୍ଧେଶକ,ଏସ.କେ.ଏସ ରିସୋରସେସ୍ ଏଲଏଲପି,ମୁମ୍ବାଇ, ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ବିତରକ ସମ୍ମାନ, ଶ୍ରୀଯୁକ୍ତ ବାବୁଲା ବେହେରା ମା’ ନାରାୟଣୀ ବୁକ୍ ଷ୍ଟୋର, ଭୁବନେଶ୍ୱର ସମ୍ବର୍ଦ୍ଧିତ ହୋଇଥିଲେ । ମମତା ମହାପାତ୍ର ଓ ବିଜୟିନୀ ସିଂଦେଓଙ୍କ ସଂପାଦିତ ପୁସ୍ତକ ‘ସୁବର୍ଣ୍ଣ ସେତୁ’, ଡ. ପ୍ରଭାତୀ ମିଶ୍ରଙ୍କ ସମ୍ପାଦିତ ପୁସ୍ତକ ‘ସ୍ୱନାମଧନ୍ୟ ବାପା’, ଡାକ୍ତର ଅନୀତା ପଣ୍ଡାଙ୍କ ଉପନ୍ୟାସ ‘ଦସ୍ତାବିଜ୍’, ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକଙ୍କ ଅନୁବାଦ ପୁସ୍ତକ ‘ଅଦ୍ଭୁତ ଜାଣିବା କଥା’, ମେଜର ଡ. ସୁମିତ୍ରା ମିଶ୍ରଙ୍କ ପ୍ରବନ୍ଧ ପୁସ୍ତକ ‘ବିଂଶ ଶତାବ୍ଦୀର ବିକ୍ଷୁବ୍ଧ ବିଶ୍ୱ’ ଉନ୍ମୋଚିତ ହୋଇଥିଲା ।
ସୁଶ୍ରୀ ଗୀତାଞ୍ଜଳି ସିଂହ ମଂଚ ଆହ୍ୱାନ କରିଥିବା ବେଳେ ସହିଦନଗର ସ୍ଥିତ ଆର୍ଯ୍ୟ ସମାଜର ସମ୍ପାଦକ ବୀରେନ୍ଦ୍ର କର ବେଦପାଠ କରିଥିଲେ । ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ଡକ୍ଟର ମିନାକ୍ଷୀ ପଣ୍ଡା, ଡ. ଗାୟତ୍ରୀ କର, ଆରାଧନା ମିଶ୍ର, ମୀରା ବେଉରା ସଭା ପରିଚାଳନାରେ ସହାୟତା କରିଥିଲେ । ଶେଷରେ ଗାଳ୍ପିକ ଚିତରଂଜନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସର୍ବଶ୍ରୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ସଂଘମିତ୍ରା ମିଶ୍ର, ବନଜ ଦେବୀ, ପୀତବାସ ରାଉତରାୟ, ସୁପ୍ରଭା ରାୟ, ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ଡ. ଲଲାଟେନ୍ଦୁ ମହାପାତ୍ର, ଆଶାଲତା ଦାସ, ଜୟନ୍ତୀ ରଥ, ମାନସୀ ପାତ୍ର, ଶୈଳରାଣୀ ମିଶ୍ର ଆଦି ବହୁ ସାରସ୍ୱତ ସାଧକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
‘ଯୁଗଶ୍ରୀ ଯୁଗନାରୀ’ ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
