ଵାଲିଶୁକ୍ରି କେଶପୁର ଲାୟନ୍ସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଟାଇଵ୍ରେକର ରେ ଵୋଧପୁର ଚମ୍ପିୟାନ

କଟକ ସଦର, ୧୧/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ଵାଲିଶୁକ୍ରି କେଶପୁର ଲାୟନ୍ସ କ୍ଲବ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି (ମଙ୍ଗଳବାର ଦିନ) ଉଦଯାପିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଟାଇଵ୍ରେକରରେ ପୁରଣ ଟିମକୁ ହରାଇ ଵୋଧପୁର ଟିମ୍ ଚମ୍ପିୟାନ ହୋଇଥିବା ଜଣାପଡିଛି। ଏହି ଅବସରରେ ମହମ୍ମଦ ଅଫସର ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ଵ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସରପଂଚ ଅବଦୁଲ ୱ।ହିଦ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଚିତ୍ତରଞ୍ଜନ ସାହୁ,ଆସଗା ର ସଭାପତି ଶିକ୍ଷାବିତ କାଙ୍ଗାଳି ଚରଣ ବେହେରା, କୈଳାସ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ପରିଚାଳନା ରେ ଆସିଫ୍ ଅଲ୍ଲୀ ଖାଁ,ଆରିଫ ଅଲ୍ଲୀ ଖାଁ,ଜଲାଲ ଉଦ୍ଦିନ ଖାଁ, ରମଜାନ ଅଲ୍ଲୀ ଖାଁ ଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *