ଶିବାନନ୍ଦ ଆଶ୍ରମରେ ବିଶ୍ୱ ଯୋଗଦିବସ ପାଳନ

କେନ୍ଦ୍ରାପଡ଼ା,୨୨/୬/୨୦୨୪ (ଓଡ଼ିଶା ସମାଚାର)- ଦିବ୍ୟଜୀବନ ସଂଘ କେନ୍ଦ୍ରାପଡା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ଯୋଗଦିବସ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗଦିବସର ମହତ୍ୱ ଓ ଆବଶ୍ୟକତା ଉପରେ ଶିବିରାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେ । ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ପ୍ରଫେସର ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଦିବ୍ୟଜୀବନ ସଂଘର ଉପାଧ୍ୟକ୍ଷ  ଡ.କାଳୀପ୍ରସନ୍ନ ଶତପଥୀ, ନେହେରୁ ଯୁବକେନ୍ଦ୍ରର ଅଧିକାରୀ ତିରୁପତୀ ରେଡ୍ଡୀ, ସମାଜସେବୀ ଗାୟତ୍ରୀ ମହାନ୍ତି, ଜିଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ଅଭିମନୁ୍ୟ ଗୋଛାୟତ ପ୍ରମୁଖ ଯୋଗଦେଇ ଯୋଗଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଶିବାନନ୍ଦ ବିଦ୍ୟାମନ୍ଦିର, ଶିବାନନ୍ଦ ଯୋଗ ବିଦ୍ୟାଳୟ, ସଂଜିବନୀ ବିଦ୍ୟାପୀଠ, ଗୁରୁକୂଳ ଓ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀଙ୍କ ସମେତ ବହୁ ବୟଷ୍କ ମହିଳା ଏହି ଶିବିରରେ ଯୋଗଦେଇଥିଲେ । ଅଧ୍ୟାପକ ମୃତୁ୍ୟଞ୍ଜୟ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମଚାରୀ ନୃସିଂହ ଦାସ, ଶିବାନନ୍ଦ ବିଦ୍ୟା ମନ୍ଦିରର ଗୁରୁଜୀ ଓ ଗୁରୁମା ଏବଂ ରୀତାଞ୍ଜଳୀ ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୋଗଶିକ୍ଷକ ଶ୍ରୀଧର ରାଉତ ବିଭିନ୍ନ ପ୍ରକାର ଯୋଗାସନ ଶିକ୍ଷା ଦେବା ସହିତ ଯୋଗଦ୍ୱାରା କିପରି ସ୍ୱାସ୍ଥ୍ୟ, ଇଶ୍ୱର ସାନିଧ୍ୟ ଲାଭ ଏବଂ ସମାଜର ଉପକାର ହୋଇପାରିବ  ସେ ସମ୍ପର୍କରେ ବୁଝାଇଥିଲେ । ପ୍ରତ୍ୟେକ ଶିବିରାର୍ଥୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *