ଦେଉଳି ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ କଳପଡା ପଞ୍ଚାୟତ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ,ସାଇରାମ୍ ମର୍ଣ୍ଣିଙ୍ଗ ଚମ୍ପିୟାନ

କଟକ ସଦର,୨୫/୧୨/୨୦୨୫ (ଓଡିଶା ସମାଚାର/ ବିଷ୍ଣୁ ବେହେରା): ଆଜି ଗୁରୁବାର ବଡ଼ ଦିନ ରେ କଟକ ସଦର ଅନ୍ତର୍ଗତ ଵୈୟାଳିସ ମୈ।ଜା ଦେଉଳି ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୮ ମ କଳପଡା ପଞ୍ଚାୟତ ଫୁଟବଲ ଟୁର୍ଣ୍ଣାମେଣ୍ଟ ‘ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ  । ଫାଇନାଲ ରେ ଆୟୋଜକ କଳପଡା ଟିମକୁ କଟକ ସାଇରାମ୍ ମର୍ଣ୍ଣିଙ୍ଗ ଟିମ୍ ୧/ ୦ ରେ ହରାଇ ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଉପଲକ୍ଷେ ପୁରସ୍କାର ବିତରଣ ସଭାରେ ଫାଓ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପୋଲିସ ସୁପରିଟେଣ୍ଡେଣ୍ଟ ଭକ୍ତ ଵଲଭ ଦାସ, କ୍ରୀଡ଼ା ସଂଗଠକ ତଥା ସିନେ ତାରକା ଡ଼ଃ ଅନଙ୍ଗ ମୋହନ ଦ୍ୱିବେଦୀ, ସନ୍ତୋଷ ଟ୍ରଫି ଚୟନ କର୍ତ୍ତା ମାନସ ରଂଜନ ସାମଲ,ଫାଓ ଉପସଭାପତି ମହମ୍ମଦ ସହିଦ୍ ଜଵାର,ଓଡ଼ିଆ ସିନେ ଅଭିନେତ୍ରୀ ଭୂମିକା ଦାସ ପ୍ରମୁଖ ଯୋଗ ଦେଇ ବିଜେତା ଟିମ୍ କୁ ଟ୍ରଫି ସହିତ ୨୫ ହଜାର ଅର୍ଥ ରାଶି ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହିତ ୨୦ ହଜାର ଅର୍ଥ ରାଶି ପ୍ରଦାନ କରିଥିଲେ।

ପରିଚାଳନାରେ କଳପଡା ସରପଂଚ ସବିତା ମାଝୀ, ସମିତି ସଭ୍ୟା ପିଙ୍କି ଭୋଇଙ୍କ ସମେତ ବିଜୟ କୁମାର ନାୟକ, ଅଭିମନ୍ୟୁ ସାହୁ, ଅମିତାଭ ମହାପାତ୍ର, ସୂଦର୍ଶନ ଜେନା,ପ୍ରକାଶ ମାଝି,ସୁନିଲ କୁମାର ମୁଦୁଲି, ସର୍ବେଶ୍ଵର ସ୍ୱାଇଁ, ସରୋଜ ସାସମଲ ପ୍ରମୁଖ ସହାୟତା କରିଥିଲେ। ଖେଳ ଦେଖିବାକୁ ପଡ଼ିଆରେ ଖଚାକଚ ଭିଡ଼ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *