ଜଗତସିଂହପୁର, ୧୧/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଇଣ୍ଟରନେଟ୍ ସୁରକ୍ଷା ଦିବସ ପାଳନ ଅବସର ରେ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟ ଠାରେ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 
ଏହି ଅବସର ରେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ସୁଜିତ କୁମାର ବିଶ୍ୱାଳ , ସିଏମଜିଆଇ ଜ଼ିଲ୍ଲା ସଂଯୋଜକ ଶ୍ରୀ ଦେବାଶିଷ ଦାସ , ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଆଲୋଚନା ଚକ୍ରରେ ଶ୍ରୀ ବିଶ୍ୱାଳ ବୃତ୍ତ ଚିତ୍ର ମାଧ୍ୟମ ରେ ଡିଜିଟାଲ ଆରେଷ୍ଟ , ଡିପ୍ ଫେକ୍ , ୟୁପିଆଇ ପେମେଂଟ ଠକେଇ ସମ୍ପର୍କ ରେ ଅବଗତ କରାଇବା ସହିତ ଠକେଇ ରୁ ରକ୍ଷା ପାଇବା ପାଇଁ କି କି ଉପାୟ ଓ କୌଶଳ ଅବଲମ୍ବନ କରିବେ ସେ ବିଷୟ ରେ ଆଲୋଚନା କରିଥିଲେ । ସିଏମଜିଆଇ ଜ଼ିଲ୍ଲା ସଂଯୋଜକ ଶ୍ରୀ ଦେବାଶିଷ ଦାସ ଇଣ୍ଟରନେଟ୍ ର ସୁରକ୍ଷିତ ବ୍ୟବହାର ବିଷୟ ରେ ଆଲୋଚନା କରିଥିଲେ ।
ଏଥିସହ ଏକ ସାଇବର ସୁରକ୍ଷା କୁଇଜ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା, ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲା । ଶେଷରେ କୁଇଜ୍ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସର ରେ ନେଟୱର୍କ ଇଞ୍ଜିନିୟର ଶ୍ରୀ ବିକାଶ ଦାସ,ଜ୍ୟୋତି ରଞ୍ଜନ ଜେନା ଓ ଡ଼ିଆରଏମ ଶ୍ରୀ ଦେବାଶିଷ ନାୟକ କାର୍ଯ୍ୟକ୍ରମ ଟିକୁ ସଫଳ ପରିଚାଳନା କରିଥିଲେ ।
ଇଣ୍ଟରନେଟ୍ ଦିବସ ଅବସର ରେ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
