ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର,୦୩/୦୫/୨୦୨୪ (ଓଡ଼ିଶା ସମାଚାର)- ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ୨୦୧୯ରେ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ସନ୍ତୋଷ ଖଟୁଆ ଦଳ ଛାଡ଼ିଥିଲେ। ବିଜେଡିରୁ ଟିକେଟ ନମିଳିବା ପରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ।ଆଜି (ଶୁକ୍ରବାର) ଭାରତୀୟ ଜନତା ପାର୍ଟିରେ ମିଶିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ବିଜେପି ଏପର୍ୟ୍ୟନ୍ତ ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କରି ନଥିବାରୁ ବିଜେପିରେ ଯୋଗ ଦେଲା ପରେ ସନ୍ତୋଷ ଖଟୁଆଙ୍କୁ ଏଠାରେ ଟିକେଟ୍ ମିଳିପାରେ ବୋଲି ଅନୁମାନ କରାଯାଉଥିଲା ।

Leave a Reply

Your email address will not be published. Required fields are marked *