ପ୍ରମିଳା ମଲ୍ଲିକ ପିଏସି କମିଟି ଅଧ୍ୟକ୍ଷ

ବିଧାନସଭା ଷ୍ଟାଣ୍ଡିଂ କମିଟି ଗଠନ କଲେ ବାଚସ୍ପତି

ଭୁବନେଶ୍ୱର,୨୬/୦୬/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି । ବାଚସ୍ପତି ସୁରମା ପାଢ଼ୀ ବିଧାନସଭା ଷ୍ଟାଣ୍ଡିଂ କମିଟି ଗଠନ କରିଛନ୍ତି  । ବିଧାନସଭା ଷ୍ଟାଣ୍ଡିଂ କମିଟି ଓ ପିଏସି କମିଟି ଗଠିତ ହୋଇଛି ।  ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ  ପିଏସି କମିଟି ଅଧ୍ୟକ୍ଷ ହୋଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କମିଟିରେ ରାମ ଚନ୍ଦ୍ର କାଡାମ, ଅରୁଣ ସାହୁ, ଗଣେଶ୍ଵର ବେହେରା, ସନାତନ ବିଜୁଳିଙ୍କ ସମେତ ୧୧ ବିଧାୟକ ସଦସ୍ୟ ରହିଛନ୍ତି ।

ସେହିଭଳି ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ରହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସଦସ୍ୟ ଅଛନ୍ତି ।

ସେହିଭଳି ବାଚସ୍ପତି ୧୦ ଟି ଷ୍ଟାଣ୍ଡି କମିଟି ଘୋଷଣା କରିଛନ୍ତି ।  ଷ୍ଟାଣ୍ଡିଂ କମିଟି ୧ର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର,  ୨ ର ଅଧ୍ୟକ୍ଷ ସନ୍ତୋଷ ଖଟୁଆ, ୩ର ବାବୁ ସିଂ,  ୫ର ବିଭୁତି ପ୍ରଧାନ, ୬ର ରାମ ଚନ୍ଦ୍ର କାଡାମ, ୯ ର ସନାତନ ବିଜୁଳି ଏବଂ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ଷ୍ଟାଣ୍ଡିଂ କମିଟି ୧୦ ର ଅଧକ୍ଷ ଭାବେ ଚୟନ କରାଯାଇଛି । ଲାଇବ୍ରେରୀ କମିଟିର ଅଧକ୍ଷ ଭାବେ ଆକାଶ ଦାସ ନାୟକ ଚୟନ ହୋଇଥିବା ବେଳେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ୧୧ ନିଲମ୍ବିତ ବିଧାୟକ ।

Leave a Reply

Your email address will not be published. Required fields are marked *