ଦଶରଥପୁର,୦୧/୦୧/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ବିଧାନସଭାର ବିରୋଧୀଦଳ ମୁଖ୍ୟ ସଚେତକ, ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲିକଙ୍କୁ ଆଜି ୨୦୨୫ ନୂଆ ବର୍ଷ ଉପଲକ୍ଷେ କମାରଡ଼ିହି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାଗିରଥି ସାହୁ,
ବିଯୁଜନତା ଦଳର ବରିଷ୍ଠ ନେତା ତଥା ଯାଜପୁର ଜିଲ୍ଲା ବିଯୁଜନତା ଦଳର ଉପସଭାପତି ପ୍ରଦୀପ କୁମାର ମହାନ୍ତି, ଦତ୍ତପୁର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ପ୍ରଶାନ୍ତ କୁମାର ମହାନ୍ତି, ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ହିମାଂଶୁ ପରିଡା, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ବିରଜା ମଲିକ , ଖାନନଗର ସରପଞ୍ଚ ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଶ୍ରୀମତୀ ମଲିକଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ କେମିତି ଦଳ ସୁଦୃଢ ହୋଇ ପାରିବ, ସଂଗଠନ ମଜଭୂତ ରହିବ ସେଥିପାଇଁ ସଦା ସର୍ବଦା ନିଜ ଚେଷ୍ଟା ଜାରିରଖିବା ପାଇଁ କର୍ମୀମାନଙ୍କୁ ଶ୍ରୀମତୀ ପ୍ରମିଳା ମଲ୍ଲିକ ପରାମର୍ଶ ଦେଇଥିଲେ।
ବିରୋଧୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ନେତା ଓ କର୍ମୀ
