କଟକ ସଦର,୧୦/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବରୁ କିଛି ଦିନ କିଶନନଗର ତହସିଲ ଠିକ୍ ଠାକ୍ ରେ ଚାଲିଥିବା ବେଳେ ଏଵେ କିଛି ଦିନ ହେଲା ମାଫିଆ ଙ୍କ କବଜାରେ ରହିଥିବା ଅଭିଯୋଗ ହେଉଛି।ବାଲି ମାଫିଆ, ମାଟି ମାଫିଆ, ସରକାରୀ ଜମି ଜବରଦଖଲ ମାଫିଆ, ଇଟାଭାଟି ମାଫିଆ ଏଵେ ସକ୍ରିୟ ହୋଇ ଉଠିଥିଵା ଜଣାପଡିଛି। ସେଥିରେ ତହସିଲରେ ଥିବା କେତେକ ନିର୍ଦ୍ଦିଷ୍ଟ ମୁନାଫାଖୋର କର୍ମଚାରୀ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଆସୁଥିଲା ବେଳେ ତହସିଲଦାର ନିରବଦ୍ରଷ୍ଟା ସାଜିଵା କାହା ସ୍ବାର୍ଥରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ପ୍ରହରାଜପୁର ହାଟ ପୁନରୁଦ୍ଧାର ପାଇଁ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ଓ ଜନସାଧାରଣ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଆବେଦନ କରିଥିବା ପରିପ୍ରେକ୍ଷୀରେ ତହସିଲଦାର ନାମକୁ ମାତ୍ର ମାପ କରି ଦୀର୍ଘ ଦିନ ହେଲା ଚୁପ୍ ହୋଇ ଵସିରହିଵାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଵେ ତହସିଲଦାର ପ୍ରଶିକ୍ଷଣ ପାଇଁ ଲମ୍ବା ଛୁଟିରେ ଯାଇଥିବାରୁ ଅସାଧୁ କର୍ମଚାରୀ ମାନଙ୍କ ପାଇଁ ସୂଵର୍ଣ୍ଣ ସୁଯୋଗ ପଡ଼ିଥିବା ରୁ ସେମାନେ ଏହି ସମୟକୁ ହାତଛଡ଼ା କରିବାକୁ ଚାହୁଁ ନଥିବାରୁ ଅରାଜକତା ସୃଷ୍ଟି ହେବା ସମ୍ଭାବନା ଅଧିକ ରହିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
କିଶନନଗର ତହସିଲ ଅଞ୍ଚଳରେ ମାଫିଆ ସକ୍ରିୟ,ବିନା ପଇସା ରେ କାମ ହେଉନଥିବା ଅଭିଯୋଗ।
