ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତଙ୍କୁ ସ୍ମୃତି ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, ୦୯/୦୨/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତଙ୍କ ଉନବିଂଶତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଫକିର ଚରଣ ଖଟୁଆ, ପାକ୍ତନ ନଗରପାଳ ଧିରେନ କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସର୍ବେଶ୍ୱର ସେଣ, ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଯୋଗଦେଇ ପ୍ରାକ୍ତନ ବିଧାୟକ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିବା ସହ ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଦୃଢ ସଂଗଠକ, ଦକ୍ଷ ରାଜନୀତିଜ୍ଞ ଓ ସମସ୍ତଙ୍କୁ ଆପଣାର କରିପାରୁଥିବା ମଣିଷ ଭଳି ମଣିଷ ଟିଏ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ରାଜ୍ୟ ବାର ଆସୋସିଏସନର ଉପସଭାପତି ଗୌର ପ୍ରସାଦ ମହାପାତ୍ର ଓ ଆନ୍ତର୍ଜାତିକ ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୁନି କ୍ରୀଡାବୀତ ସାହାଦତ ଖାନ୍ ଙ୍କୁ ଇନ୍ଦ୍ରମଣୀ ରାଉତ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିଲେ । ସକାଳେ ପୌର କାର୍ଯ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତିରେ ସାମୁହିକ ପୁଷ୍ପମାର୍ଲ ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ନୃସିଂହ ରାଉତ, ସାମ୍ବାଦିକ ଚିତରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ସାହୁ, ମୁକ୍ତାର ଖାଁ, ନେହେରୁ ସାହୁ, ପ୍ରଫୁଲ୍ଲ ଦାସ, ଭାଗିରଥୀ ଜେନା, ନଳିନୀବିହାରୀ ମହାନ୍ତି, ମହମ୍ମଦ ଆକବର ଅଲ୍ଲୀ, ଶରତ ଚନ୍ଦ୍ର ଧଳ, ସରୋଜରାଜ ସିଂ, ପରେଶ ଦାସ ପ୍ରମୁଖ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ଗୋଲେଖ ପଢିଆରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୈଷ୍ଣବ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *