ଭୂଷଳ ଗ୍ରାମରେ ଶୀତଳ ଷଷ୍ଠୀ

ଶିବ-ପାର୍ବତୀଙ୍କ ବିବାହ ଉତ୍ସବ

 ଭୁବନ,୧୮/୦୬/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମର ଲୋକନାଥେଶ୍ବର ମନ୍ଦିରରେ ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇ ଯାଇଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମହାଦେବଙ୍କ ପିତାମାତା ଭାବେ ଅରବିନ୍ଦ ପାଣିଗ୍ରାହୀ ଓ ପୁଷ୍ପିତା ପାଣିଗ୍ରାହୀ ଏବଂ ମାତା ପାର୍ବତୀଙ୍କର ପିତା ମାତା ଭାବରେ ମାନସ ରଞ୍ଜନ ପଣ୍ଡା ଓ ମଧୂସ୍ମିତା ପଣ୍ଡା ବିବାହ କାର୍ଯ୍ୟ ସମାପନ କରିଥିଲେ। ପୂର୍ବାହ୍ନରେ ଶିବପାର୍ବତୀଙ୍କୁ ରୋଷ ପଟୁଆରରେ ମନ୍ଦିରକୁ ଅଣା ଯାଇଥିଲା ଓ ବିବାହ କାର୍ଯ୍ୟ ସମାପନ ପରେ ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଆଖପାଖ ଅଞ୍ଚଳରୂ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *