ୟୁରୋ କିଡ଼୍‌ସିର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୦୯/୦୨/୨୦୨୫ (ଓଡ଼ିଶା ସମାଚାର)- ନୂଆଗାଁ ୟୁରୋ କିଡ଼୍‌ସିର ୨ୟବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଲାଙ୍କୁ ଖେଳ ସହ ଶିକ୍ଷା ସେମାନଙ୍କ ଆନ୍ତର୍ନିହିତ ଗୁଣକୁ ବିକାଶ କରିବ। ଗୋଟିଏ ଶିଶୁଙ୍କୁ ମଣିଷ କରିବାରେ ଘରେ ଅଭିଭାବକ ଆଖପାଖ ପରିବେଶ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ରହିଛି। ଉତ୍ତମ ପରିବେଶ ପିଲାଙ୍କୁ ଅଧିକ ଆଗକୁ ନେବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ଼ ଚିନ୍ମୟନନ୍ଦ ବଡ଼ଜେନା, ସମ୍ମାନୀୟ ଅତିଥି ଭାବେ ଡ଼ ପଦ୍ମଜା ମିଶ୍ର ଯୋଗ ଦେଇଥିଲେ ଥିଲେ।ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ସ୍ଵାତି ବିଶ୍ୱାଳ ଅଖିଳ ପଳେଇ, କଳିଙ୍ଗ ବିହାର ୟୁରୋ କିଡ଼୍‌ସର ଅଧ୍ୟକ୍ଷା ଦିପ୍ ଶିଖା ଓ ସ୍ଥାନୀୟ ବହୁ ବିଶିଷ୍ଟବ୍ୟକ୍ତି ଯୋଗ ଦେଇଥିଲେ । ଅଧ୍ୟକ୍ଷା ମଧୁସ୍ମିତା ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଶୁଭ୍ରା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ମାନଷି ଲେଙ୍କା, ରଶ୍ମିତା ମହାନ୍ତି, ରଶ୍ମିତା ମହାପାତ୍ର, ଶୁଭଲଷ୍ମୀ ମିଶ୍ର ଏହାକୁ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗୀତା ପାଇଁ ଅଭିଭାବକ ଓ ଶିଶୁଙ୍କୁ ପୁରଷ୍କାର ପ୍ରଦାନ କରାଯିବା ସହ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *