ପରମହଂସନାଥ ଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

କଟକ ସଦର,୦୩/୦୨/୨୦୨୫ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ଥିବା ସର୍ଵ ପୁରାତନ ପରମହଂସ ନାଥଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଆଜି (ସୋମବାର) ପୂର୍ବାହ୍ନରେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟି ବୋର୍ଡ ରେ ଥିବା ସଦର ତହସିଲଦାର ସୁଜୟ କୁମାର ପତି, କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ, ଟ୍ରଷ୍ଟ ବୋର୍ଡ ସଭ୍ୟ ବିଶିଷ୍ଟ ଯୁବ ଉଦ୍ୟୋଗୀ ତଥା ଯୁବ ସମାଜସେବୀ ବିକ୍ରମ ରାଉତ, ସନ୍ତୋଷ କୁମାର ରଥ, ରବିନାରାୟଣ ସିଂ,ପୁଷ୍ପ ରାଜ ପ୍ରଧାନ, ପ୍ରଫୁଲ୍ଲ ସିଂହ, ସରପଂଚ ଅଶୋକ କୁମାର ପାତ୍ର,ହଂସନାଥ ସ୍ୱଛାସେଵୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସେବାୟତ ସଂଘ ସଭାପତି ଅରୁଣ କୁମାର ଦାଶ ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ଚାରି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମହା ଶିବରାତ୍ରି ଓ ଜାଗର ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମନ୍ଦିରର ଉନ୍ନତି ପାଇଁ ଟ୍ରଷ୍ଟି ବୋର୍ଡ ସଭ୍ୟ ଯୁବ ସମାଜସେବୀ ବିକ୍ରମ ରାଉତ ଆଗେଇ ଆସି ପ୍ରଥମ ପଦକ୍ଷେପ ସ୍ୱରୂପ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପିତ୍ତଳ କବାଟ ମନ୍ଦିର କୁ ଦାନ କରିଥିବା ନେଇ ସନ୍ତୋଷ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *