ଭୁବନ ୨୦/୦୩/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସାମ୍ବାଦିକ ସଂଘ ତରଫରୁ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ କାଳୀ ବଜାର ସ୍ଥିତ ହୋଟେଲ ଗ୍ରୀନ ଚିଲ୍ଲି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ସମେତ ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ,ସାମ୍ବାଦିକ ବିଶ୍ୱଜିତ୍ ସାହୁ, ରବିନ୍ ଦାସ,ଦେବାନନ୍ଦ ସାହୁ,ମନୋଜ କୁମାର ପୋଥାଳ,କମଳ ଲୋଚନ ମହାରଣା, ପ୍ରମୋଦ ଗୁରୁ,କ୍ଷୀରୋଦ ନାୟକ,ଅଶୋକ ଗୁରୁ,ନିରଞ୍ଜନ ଗୁରୁ,ଚୈତନ୍ୟ ସାହୁ ପ୍ରମୁଖ ଯୋଗଦେଇ ପଖାଳ କେବଳ ଆହାର ନୁହେଁ ,ପଖାଳ ହେଉଛି ଓଡ଼ିଆ ଙ୍କ ଆଧାର ,ପଖାଳ ହେଉଛି ଓଡ଼ିଆ ଙ୍କ ପରିଚୟ ।
ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପଖାଳ ପ୍ରିୟ। ମହାପ୍ରଭୁଙ୍କ ଟଙ୍କ ତୋରାଣି କେବଳ ତୃଷ୍ଣା ନିବାରଣ ନୁହେଁ ,ଏହା ବହୁ ଅସାଧ୍ୟ ରୋଗ ନିବାରଣ କରେ ।ବିବାହ ସମୟରେ ଜ୍ବାଇଁ ଙ୍କୁ ସର୍ବ ପ୍ରଥମେ ପଖାଳ କଂସା ବଢ଼ାଯାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ସାମ୍ବାଦିକ ବନ୍ଧୁ ଦହି ପଖାଳ ରେ ଆପ୍ୟାୟିତ ହୋଇଥିଲେ ।ଶେଷରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ ।