ଆଠଗଡ,୦୨/୦୨/୨୦୨୫ (ଓଡ଼ିଶା ସମାଚାର)-ଆଠଗଡ ଅଂଚଳକୁ ଅପରାଧ ମୁକ୍ତ କରିବା ଏବଂ ଶାନ୍ତି ବଜାୟ ରଖିବା ହେବ ପ୍ରଥମ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଆଜି ଅପରାହ୍ନରେ ଆଠଗଡ ଥାନାର ପ୍ରଥମ ମହିଳା ଅଧିକାରିଣୀ ଭାବେ ସୁମତି ମହାନ୍ତି ଯୋଗଦେଇ ପ୍ରକାଶ କରିଛନ୍ତି । ଶ୍ରୀମତୀ ମହାନ୍ତି ରାଜ୍ୟର ବିଭିନ୍ନ ଥାନା ମାନଙ୍କରେ ରହି ନିଜର ପରାକାଷ୍ଠା ପ୍ରତିପାଦନ କରିଛନ୍ତି । ସେ ଏହା ପୁର୍ବରୁ ଯାଜପୁର ଜିଲ୍ଲାରେ କାର୍ଯ୍ୟକରୀ ବହୁ ସୁନାମର ଅଧିକାରିଣୀ ହୋଇଥିଲେ । ଏବେ ଏଠାରେ ସକ୍ରୀୟ ଥିବା ବିଭିନ୍ନ ବର୍ଗର ମାଫିଆ ମାନଙ୍କ ଦମନ ପାଇଁ ଅଧିକାରିଣୀଙ୍କ ଏକ ଅହ୍ୱାନ ହୋଇଛି ଏହାସହିତ ଏହି ମାଫିଆ ମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଆଗକୁ ଅଧିକାରିୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଆଠଗଡ ଆଗକୁ ଏକ ଶାନ୍ତିପୁର୍ଣ୍ଣ ଅଂଚଲ ଭାବେ ପରିଗଣିତ ହେବ ବୋଲି ଏଠାକାର ବୁଦ୍ଧିଜୀବି ଏବଂ ଆଠଗଡ ଜନ ଯାଗରଣ ମଂଚ ଆଶା ରଖିଛି ।
ଆଠଗଡ ଥାନାରେ ପ୍ରଥମ ମହିଳା ଅଧିକାରିଣୀ ଭାବେ ସୁମତି ମହାନ୍ତିଙ୍କ ଯୋଗଦାନ
