କଟକ,୦୧/୦୨/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ କହିବାକୁ ଗଲେ ଭଲ ଓ ଜନ ହିତକାରୀ। ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏହା ଏକ ଦୂର ଦୃଷ୍ଟି ସମ୍ପନ୍ନ ବଜେଟ। ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଏହି ବଜେଟ୍ ରେ ବିଭିନ୍ନ ଯୋଜନା ମାନ ଅନ୍ତର୍ଭୁକ୍ତ।
ଏଥିରେ ମଧ୍ୟବିତ୍ତ ବର୍ଗଙ୍କ ସ୍ବାର୍ଥକୁ ଅଗ୍ରାଧିକାରର ଦିଆଯାଇଛି। ପ୍ରଚଳିତ ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ଯାଏ ଆୟକର ଦେବାକୁ ପଡ଼ିବ ନାହିଁ। ଫଳରେ ମଧ୍ୟବିତ୍ତ ପରିବାର ପାଇଁ ଆଣିବ ଖୁସି।
ଏମଏସଏଇ ହେଉଛି ବିକାଶର ଦ୍ଵିତୀୟ ଇଞ୍ଜିନ। ବଜେଟରେ ୭.୫କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ କରାଯାଇଛି।ଏମ୍ଏସ୍ଏମ୍ଇ ସେକ୍ଟରକୁ ପ୍ରାଧାନ୍ୟ ଦେଇ ଚଳିତ ବଜେଟ୍ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତା ରମଣ ଅଣୁ, କ୍ଷୁଦ୍ର, ମଧ୍ୟମ(ମାଇକ୍ରୋ, ସ୍ମଲ, ମିଡିୟମ୍ ଏଣ୍ଟରପ୍ରାଇଜେସ୍)(ଏସ୍ଏସ୍ଏମ୍ଇ) ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି। ଏସ୍ଏସ୍ଏମ୍ଇ ଶିଳ୍ପ ଦେଶର ମେରୁଦଣ୍ଡ। ଏହି ଏସ୍ଏସ୍ଏମ୍ଇ ଶିଳ୍ପ ଦ୍ବାରା ହିଁ ସର୍ବାଧିକ ନିଯୁକ୍ତି ମିଳିଥାଏ । କେନ୍ଦ୍ର ସରକାର ଚଳିତ ବଜେଟ୍ରେ ଏହି ସେକ୍ଟରକୁ ଗୁରୁତ୍ୱ ଦେଇ ପରୋକ୍ଷରେ ଯୁବକମାନଙ୍କ ଲାଗି ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏହି ସେକ୍ଟର ଗ୍ୟାରେଣ୍ଟି ପାଇଁ ୫ରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି I ପ୍ରଥମ ଥର ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ କ୍ରେଡିଟ୍ କାର୍ଡ ମଧ୍ୟ ପଚଳନ କରାଯାଇଛି। ଏସ୍ଏସ୍ଏମ୍ଇ ସେକ୍ଟର ପାଇଁ ଉଦ୍ୟମ ପୋର୍ଟାଲ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ପୋର୍ଟାଲରେ ଚଳିତବର୍ଷ ୧୦ଲକ୍ଷ ଏସ୍ଏସ୍ଏମ୍ଇ କମ୍ପାନୀକୁ ପଞ୍ଜୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏସ୍ଏସ୍ଏମ୍ଇ ସେକ୍ଟରରେ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ବୈଷୟିକ ଜ୍ଞାନକୌଶଳର ବିନିଯୋଗ, ଅଧିକରୁ ଅଧିକ ପୁଞ୍ଜି ଖଟାଇବା ପାଇଁ କେନ୍ଦ୍ର ସରକାର ପୁଞ୍ଜି ବିନିଯୋଗ ଏବଂ ଟର୍ଣ୍ଣଓଭରକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ନିଶ୍ଚିତଭାବେ ଏମ୍ଏସ୍ଏମ୍ଇ ସେକ୍ଟରକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ ପଣ୍ଡା କହିବା ସହ ଏହି ଆଭିମୁଖ୍ୟକୁ ସ୍ବାଗତ କରିଛନ୍ତି। ଏସ୍ଏସ୍ଏମ୍ଇ ସେକ୍ଟର ପାଇଁ ଏହା ବୃଷ୍ଟି ଭଳି କାର୍ଯ୍ୟ କରିବ। କେବଳ ଏହି ସେକ୍ଟରରେ ଥିବା କମ୍ପାନୀମାନେ ଏଥିରୁ ଅଧିକ ଫାଇଦା ପାଇବେ ନାହିଁ ନୂଆକରି ଏହି ରାସ୍ତାରେ ପାଦ ଦେବାକୁ ଚାହୁଁଥିବା ଯୁବ ଉଦ୍ୟୋଗପତିଙ୍କ ପାଇଁ ଏହି ବଜେଟ୍ର ନିଷ୍ପତ୍ତି ଆଲୋକବର୍ତ୍ତିକା ସାଜିବ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି। କେମିତି ଯୁବପିଢ଼ିଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେଇ ହେବ ସେନେଇ ବ୍ୟବସ୍ଥା କରାଯାଇଛି। ଏହି ବଜେଟ ରେ ଯୁବପୀଢ଼ି ମାନେ ରୋଜଗାରକ୍ଷମ ହେବା ବାଟ ଦେଖାଯାଇଛି।
ଅଣଚମଡ଼ା ଶିଳ୍ପ ଉପରେ ବଜେଟରେ ଫୋକସ୍ ଦିଆଯାଇଛି। ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ। ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇଛି। ଷ୍ଟାର୍ଟ ଅପ୍ ଯୋଜନାରେ ଯୁବ ଉଦ୍ୟୋଗୀ ମାନଙ୍କୁ କୋଟି କୋଟି ଟଙ୍କା ଦିଆଯାଇ ବେକାରୀ ଦୂରୀକରଣ ସହ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେବ।ଜାତୀୟ ଖାଦ୍ୟ ପ୍ରଯୁକ୍ତି ୟୁନିଟ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କୃଷକକୁ କୃଷି କ୍ଷେତ୍ରରେ ଖୋରାକ ଯୋଗାଇବ ବୋଲି ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପଣ୍ଡା ବଜେଟ ସ୍ବାଗତ କରି କହିଛନ୍ତି।