ଭୁବନେଶ୍ୱର,୦୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର କଳାଭୂମି ଠାରେ ଏକ କଳିଙ୍ଗ ସାହିତ୍ୟ ମହୋତ୍ସବ କୋଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ, “ସମ୍ବଲପୁରୀ ଇକତସ୍: ଦି ମାଷ୍ଟରପିସ୍” ପୁସ୍ତକର ଲେଖିକା ଶ୍ରୀମତୀ ସରିତା ମିଶ୍ର ଙ୍କ ସହିତ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ମଧୁଛନ୍ଦା ବଳ ଏହି କାର୍ଯ୍ୟକ୍ରମରେ ମଧ୍ୟସ୍ଥତା କରିଥିଲେ। ଆଲୋଚନାର ସିଧା ପ୍ରସାରଣ ୟୁଟ୍ୟୁବ୍ ଏବଂ ଫେସବୁକ୍ ରେ ପ୍ରସାରିତ ହୋଇଥିଲା । ଲେଖିକା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ “ଇକତ” ଶବ୍ଦ ମାଲେସିଆର “ମଙ୍ଗିକାତ” ଶବ୍ଦରୁ ଉତ୍ପନ୍ନ ହୋଇଛି। ଐତିହାସିକ ମାନଙ୍କ ମତରେ, 1192 ରେ ଯେତେବେଳେ ମୋଗଲ ମାନଙ୍କ ଦ୍ୱାରା ଚୌହାନ ସାମ୍ରାଜ୍ୟ ର ପତନ ହେଲା, ସେତେବେଳେ ଭୁଲିଆ ସମ୍ପ୍ରଦାୟ ର ଲୋକେ ଉତ୍ତର ଭାରତରୁ ପଳାୟନ କରିବା ଦ୍ୱାରା ଏହି କଳା ପଶ୍ଚିମ ଓଡିଶାକୁ ସ୍ଥାନାନ୍ତରିତ ହୋଇଥିଲା । ସମ୍ବଲପୁରୀ ଇକତସ୍ ର ବାନ୍ଧ ପ୍ରକ୍ରିୟା ଅତ୍ୟନ୍ତ ସମୟ ଏବଂ ଶ୍ରମ ସାପେକ୍ଷ । ଏହି ଅନନ୍ୟ କୃତି କୁ ପ୍ରସ୍ତୁତ କରିବା ପାଇଁ ନିପୁଣ କୌଶଳ ଏବଂ ଚମତ୍କାର କାରୁକାର୍ଯ୍ୟ ର ଆବଶ୍ୟକତା ରହିଛି | ଇକତସ୍ ବୁଣିବାରେ ବ୍ୟବହୃତ ଢାଞ୍ଚା ଗୁଡ଼ିକ ପ୍ରାୟତଃ ପୁରାଣ ସହିତ ଜଡିତ ଯଥା ଶଙ୍ଖ, ଚକ୍ର, ପଦ୍ମ, ସ୍ୱସ୍ତିକ, ରୁଦ୍ରାକ୍ଷ, ମହାଲକ୍ଷ୍ମୀ ଯନ୍ତ୍ର, ହାଥୀ, ଦୀପ ଇତ୍ୟାଦି ।
ଲେଖିକା ଆହୁରି ଜୋର ଦେଇକହିଲେ ଯେ ଚମତ୍କାର କାରିଗରୀ, ଡିଜାଇନ୍, ସ୍ପନ୍ଦନ, ଆରାମଦାୟୀ, ସହନଶୀଳତା କାରଣରୁ ସମ୍ବଲପୁରୀ ଇକତସ୍ ପରିଧାନ ଜଗତରେ ନିଜର ସ୍ଥିତି ଏବଂ ଅନନ୍ୟତା ବଜାୟ ରଖି ପାରିଛି| ପୁସ୍ତକଟିକୁ ଅନେକ ବିଦ୍ୱାନ ମହଲରୁ ବିରଳ ସମୀକ୍ଷା ତଥା ପ୍ରସଂଶା ମିଳୁଅଛି ଏବଂ ଓଡ଼ିଶା ସଂସ୍କୃତି ଏବଂ ସମ୍ବଲପୁରୀ ଇକତସ୍ ଉପରେ ଏକ ସୂଚନା ରୁପି ଦସ୍ତାବେଜ ଭାବରେ ବହୁ ଚର୍ଚ୍ଚିତ ହୋଇଛି । ପୁସ୍ତକରେ ବର୍ଣିତ ସମ୍ବଲପୁରୀ ଇକତସ୍ ବୁଣାକାରୀ ରେ ନିହିତ ଜଟିଳତା ଏବଂ ସୂଚନା ମୂଳକ ବିଷୟବସ୍ତୁ ପାଇ ପାଠକମାନେ ବହୁ ଉପକୃତ ହେବେ ବୋଲି ଲେଖିକା ଆଶା କରିଛନ୍ତି ।
ସମ୍ବଲପୁରୀ ଇକତସ୍ ଏକ ନିପୁଣ କାରିଗର ର ଉନ୍ନତ ଚିନ୍ତା ଧାରା ର ଏକ ଅନନ୍ୟ କଳାକୃତି ଯାହା ପୋଷାକ ପରିଧାନ ଜଗତରେ ସମ୍ବଲପୁରୀ ଇକତସ୍ ର ଗୌରବମୟ ଭବିଷ୍ୟତ କୁ ସୁନିଶ୍ଚିତ କରୁଛି । ଇକତସ୍ ବୁଣାକାରଙ୍କୁ ସହାୟତା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରୁ କେତେକ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ (SHG), ବୁଣାକାର ସମବାୟ ସମିତି, ବୁଣାକାର ଏବଂ ହ୍ୟାଣ୍ଡଲୁମ୍ ସଂଗଠନର ଦକ୍ଷତା ବୃଦ୍ଧି, ଉତ୍ପାଦନ ପ୍ରକ୍ରିୟାର ଆଧୁନିକୀକରଣ, ଡିଜାଇନ୍ ଇନପୁଟ୍, ସାଧାରଣ ସୁବିଧା କେନ୍ଦ୍ର (ସିଏଫସି), କଞ୍ଚାମାଲ ବ୍ୟାଙ୍କ, କ୍ରେଡିଟ୍ ଲିଙ୍କେଜ୍, ବ୍ରାଣ୍ଡିଂ, ମାର୍କେଟିଂ, ଦକ୍ଷତା ତାଲିମ, ବିଶ୍ୱକର୍ମା ଯୋଜନା, ମିଶନ୍ ଶକ୍ତି କାର୍ଯ୍ୟକ୍ରମ ପ୍ରଦାନ ।
-0-