ବିଶିଷ୍ଟ ସର୍ବୋଦୟ ନେତା ବିଚିତ୍ରାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ଓ ପ୍ରତିମୂର୍ତି ଉନ୍ମୋଚନ

କେନ୍ଦ୍ରାପଡ଼ା, ୦୧/୦୨/୨୦୨୫(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ସର୍ବୋଦୟ ନେତା ବିଚିତ୍ରାନନ୍ଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ସହିତ ତାଙ୍କ ପ୍ରତିମୂର୍ତି ଉନ୍ମୋଚନ ହୋଇଯାଇଛି । ଏଥିସହ ତାଙ୍କ ପତ୍ନୀ ବିଶିଷ୍ଟ ସର୍ବୋଦୟ ନେତ୍ରୀ ନିର୍ମଳା ମହାନ୍ତିଙ୍କ ପ୍ରତିମୂର୍ତି ମଧ୍ୟ ସ୍ଥାନୀୟ କପାଳେଶ୍ୱରସ୍ଥିତ ‘ ନିତ୍ୟ ବୈକୁଣ୍ଠ’ରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ‘ବିଚିତ୍ରାୟନ’ ନାମକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡ. ରାମଚନ୍ଦ୍ର ବେହରା, ପଦାର୍ଥ ବିଜ୍ଞାନୀ ଜ୍ଞାନଦେବ ମହାରଣା, ପ୍ରଫେସର ନନ୍ଦକିଶୋର ପରିଡା, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ସଭାପତି ଗୁରୁପ୍ରକାଶ ମହାନ୍ତି, ମୁଖ୍ୟ ନିର୍ବାହି ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ବାସୁଦେବ ଦାସ, ନିରାକାର ଦାସ, ନବଜ୍ୟୋତି ରାୟ, ଅତୁଲ ବଳ, ହିରଣ୍ମୟୀ ମିଶ୍ର, ଜ୍ଞାନରଞ୍ଜନ ନାୟକ, ଅବନ୍ତୀ ବେହେରା, ରଣଧୀର ଜେନା, ବିଜେପି ନେତା ଭୁବନମୋହନ ଜେନା, ଜ୍ଞାନଦେବ ବେହୁରା, ଅଜୟ ସାମଲ ପ୍ରମୁଖ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ନଟରାଜ କଳାପରିଷଦର କଳାକାର ପଣ୍ଡା, ଚିନ୍ମୟୀ ଚାରୁଦର୍ଶନୀ ହୋତା, ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ । କବି ଅପର୍ଣ୍ଣା ମହାନ୍ତି ଓ ପ୍ରଫେସର ଧୀରେନ୍ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *