ନେମାଳ,୦୧/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ନେମାଳ ଥାନା ଅନ୍ତର୍ଗତ ସଂପ୍ରତି ବିଭିନ୍ନ ଗ୍ରାମରେ ଚୋର ପ୍ରାଦୁର୍ଭାବ ଯୋଗୁ ସାଧାରଣ ରେ ଭୟ ଓ ଆତଙ୍କ ଖେଳିଯାଇଛି । ଗତ ପ୍ରାୟ ଏକ ମାସ ମଧ୍ୟରେ ଜନାର୍ଦ୍ଦନ ପୁର ଓ କଳମିଶ୍ରି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ କବାଟ ବାଡେଇବା ସହ ଛୋଟ ଛୋଟ ଚୋରି ହେଉଥିବା ଅଭିଯୋଗ ହୋଇଛି । ଶନି ବଜାରରେ ଏକ ଦୋକାନ ଭାଙ୍ଗି ଚୋରି ହୋଇଥିଲା । ଗତ କାଲି ଶୁକ୍ରବାର ବିଳମ୍ବିତ ରାତିରେ ଦାମୋଦର ପୁର ଓ ଜନାର୍ଦ୍ଦନ ପୁର ଗ୍ରାମର ତିନି ଜଣଙ୍କ ଝରକା ଗ୍ରିଲ ତାଡି ତିନି ଜଣଙ୍କ ଘରେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ମିଳିଛି । ଏହି ଗ୍ରାମାଞ୍ଚଳ ରେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯିବାକୁ ସାଧାରଣ ରେ ଦାବି ହେଉଛି ।
ନେମାଳ ଥାନା ଅଞ୍ଚଳରେ ଚୋର ଆତଙ୍କ
