ନିମାପଡା, ୦୮/୦୧/୨୦୨୫ (ଓଡ଼ିଶା ସମାଚାର)- ନିମାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ବୁଧବାର ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନିମାପଡା ଆଥେଲେଟିକ ଆସୋସିଏସନକୁ ୩୮ ରନରେ ହରାଇ ଖୋର୍ଦ୍ଧା ରେଲୱ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ନିମାପଡା ଆଥେଲେଟିକ ଆସୋସିଏସନ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଖୋର୍ଦ୍ଧା ରେଲୱେ ନିର୍ଦ୍ଧାରିତ ୩୦ ଓଭରରେ ଓଭର ଖେଳି ୨୭୩ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟକରିଥିଲା l ଦଳପକ୍ଷରୁ ପ୍ରଦୀପ ଦାଶ ୭୩,ସମୀର ମହାନ୍ତି ୬୦ ଓ ସୁଜିତି ଲେଙ୍କା ୪୭ ରନ କରିଥିଲେ । ପ୍ରତିପକ୍ଷ ଆଥେଲେଟିକ ଆସୋସିଏସନ ଦଳର ବୋଲର ପ୍ରିୟରଞ୍ଜନ ମୁଦୁଲି ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ୱିକେଟ ଅକ୍ତିଆର କରିଥିଲେ । ଦ୍ଵିତୀୟାର୍ଦ୍ଧରେ ଆଥେଲେଟିକ ଆସୋସିଏସନ ଦଳ ବ୍ୟାଟିଂ କରି ୩୦ ଓଭର ଖେଳି ୨୩୫ ରନ ସଂଗ୍ରହ କରିଥିଲା l ଦଳପକ୍ଷରୁ ପ୍ରିୟାଂଶୁ ପଲେଇ ୪୮, ରାମନାରାୟଣ ପଣ୍ଡା ୪୪ ରନ ସଂଗ୍ରହ କରିଥିଲେ । ରେଲୱେ ଦଳର ବୋଲର ମଳୟ ଜେନା ୩ଟି ଓ ଜୟନ୍ତ ବେହେରା ୨ଟି ୱିକେଟ ଅକ୍ତିଆର କରିଥିଲେ । ରେଲୱେ ଦଳର ବ୍ୟାଟର ପ୍ରଦୀପ ଦାଶ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ନିମାପଡା ସ୍ଵର୍ଣକାର ସଂଘ ସଭାପତି ପୁର୍ଣ ଚନ୍ଦ୍ର ସାହୁ, ନିମାପଡା ଯାଦବ ସଂଘ ସଭାପତି ଗୟାଧର ବେହେରା ଆଥେଲେଟିକ ଆସୋସିଏସନ ସମ୍ପାଦଜ ଜୀବନାନନ୍ଦ ମହାପାତ୍ର, ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରଟିକୁ ପ୍ରଦାନ କରିଥିଲେ । ଅମ୍ପୟାର ଭାବେ ନିର୍ମଳ ମିଶ୍ର ଓ ସମ୍ବିତି ପଟ୍ଟନାୟକ ଖେଲ ପରିଚାଳନା କରିଥିଲେ ।
୨୯ ତମ ନିମାପଡା କପ : ଖୋର୍ଦ୍ଧା ରେଲୱେ ସେମିଫାଇନାଲରେ
