ରାଉରକେଲା,୦୧/୦୨/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳା ସ୍ଥାନୀୟ ଭଞ୍ଜଭଵନ ଠାରେ ଉଦଘାଟିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଓ ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ପ୍ରଫେସର ଡ଼ ଅମୀୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା କୁ ଶୁଭାରମ୍ଭ କରିବା ବେଳେ ସମାଜର ଦିଗଦର୍ଶକ ହେଉଛି ପୁସ୍ତକ ଯାହାକି ମନୁଷ୍ୟର ବଡ ବନ୍ଧୁ ବୋଲି କହିଥିଲେ । ପୁସ୍ତକ ଦ୍ୱାରା ହିଁ ପିଲାମାନଙ୍କ ମଧ୍ୟରେ ମାନସିକ ଓ ବୌଦ୍ଧିକତାର ବିକାଶ ହୋଇଥିବା ବେଳେ ବହିର ଚାହିଦା ରହିଛି । ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ମିଶ୍ର ଜାତିର ସମ୍ପତ୍ତି ସାହିତ୍ୟ ବୋଲି କହିବା ସହ ଚଳିତ ବର୍ଷ ଅଧିକ ପ୍ରକାଶକ ଓ ପୁସ୍ତକ ବିକ୍ରେତା ମାନେ ଆସିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଉପସଭାପତି ଡ଼ଃ ସନାତନ ପ୍ରଧାନ ଓ ଉପଦେଷ୍ଟା ଇଂ ଅଭୟ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ସାଧାରଣସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକ ମେଳାରେ ରାଜ୍ୟର ତଥା କଟକ, ଭୁବନେଶ୍ୱର, ଫୁଲବାଣୀ, ରାଞ୍ଚି ରୁ ବିଭନ୍ନ ପୁସ୍ତକ ବିକ୍ରେତା ଓ ପ୍ରକାଶକ ଏହି ମେଳାରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପାଠାଗାରର ସଦସ୍ୟ ବବିତା ମହାପାତ୍ର, ଡ଼ ଜୟନ୍ତୀ ପାଢ଼ୀ,ବିଜୟ ପାତ୍ର, ଟୁକୁଲା ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ଦୀନବନ୍ଧୁ ରଥ, ମନୋଜ କୁମାର ପଣ୍ଡା, ଜୟଶ୍ରୀ ଦାସ, କରୁଣାକର ପାଟ୍ଟଶାଣି, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ଆଦର୍ଶ ପାଠାଗାରର ରାଉରକେଲା ୩୦ତମ ପୁସ୍ତକ ମେଳା ଉଦଘାଟିତ
