କଟକ ସଦର,୧୮/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ର ଦାମୋଦରପୁର ଠାରେ ଖୋଳାଯାଇଥିବା ଏକ ପୋଖରୀର (ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନୁହେଁ) ବିଲ୍ କୁ ଵ୍ଲକ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରି ପ୍ରଦାନ କରୁନଥିବା ସରପଂଚ ରାକେଶ ବେହେରା ଅଭିଯୋଗ କରିଛନ୍ତି।
ଅନେକ ଥର ବାରମ୍ବାର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଭେଟି ବିଲ୍ ସଂପର୍କରେ ଯେତେ କହିଲେ ବି ତାହା ଫଳପ୍ରଦ ନହେଵା କାହା ଚାପରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ୍ଧା ଛନ୍ଦା ପକାଇ ପୋଖରୀ ଖୋଳି ମୁଲିଆ, ଟ୍ରାକ୍ଟର ଜେସିଵି ପଇସା ଦେଇପାରୁ ନଥିବା ରୁ ସରପଂଚ ସାଧାରଣରେ ଅପମାନିତ ହେଉଥିବା ଅଭିଯୋଗ କରିଛନ୍ତି। ଯଦି ଉକ୍ତ ପୋଖରୀ ବିଲ୍ ସାତଦିନ ଭିତରେ ପ୍ରଦାନ କରାନଯାଏ ତେବେ ବ୍ଲକ୍ ପରିସରରେ ଵିଡିଓ ଙ୍କ ସାମନାରେ ଆତ୍ମାହୁତି ଦେବେ ବୋଲି ସରପଂଚ ରାକେଶ ବେହେରା ଲିଖିତ ଜଣାଇଛନ୍ତି। ଏଥିସହିତ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନକୁ ମଧ୍ୟ ଲିଖିତ ଜଣାଇଥିବା ଜଣାପଡିଛି।
