ରେସୱା ସ୍ୱଳ୍ପରହଣୀ କେନ୍ଦ୍ର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ବଂଟନ

କେନ୍ଦ୍ରାପଡ଼ା,୧୭/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଭି.ଆଇ.ପି. ରୋଡ ସନ୍ନିକଟରେ ଅବସ୍ଥିତ ରେସୱା ସ୍ୱଳ୍ପରହଣୀ କେନ୍ଦ୍ରର ଅନ୍ତେବାସୀମାନଙ୍କୁ ସମାଜସେବୀ ସ୍ୱର୍ଗତା ନନ୍ଦିତା ବ୍ରହ୍ମାଙ୍କ ସ୍ମୃତିରେ ଡାକ୍ତର ସୁଧିର କୁମାର ବ୍ରହ୍ମା ଶୀତବସ୍ତ୍ର(ଶାଲ) ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ସ୍ୱର୍ଗତା ବ୍ରହ୍ମା ବିଗତ ଦିନରେ କିପରି ଗରିବ ନିଷ୍ପେସିତ ଲୋକଙ୍କୁ ସାହାଯ୍ୟର ହାତ ବଢାଉଥିଲେ ତାହା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟବୀତ ରଣଧୀର ଜେନା, କବି ଅବନ୍ତୀ ବେହେରା, ଚିତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମିନତୀ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *