ଗଣମାଧ୍ୟମ ତାର ସ୍ୱତନ୍ତ୍ରତା ବଜାୟ ରଖୁ

                                                                   ଦଶ ସାରସ୍ୱତ ପ୍ରତିଭାଧାରୀ ହେଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୫/୧୧/୨୦୨୫ (ଓଡ଼ିଶା ସମାଚାର)-  ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ପଞ୍ଚମ ସ୍ଵନକ୍ଷତ୍ର ସ୍ଥାନୀୟ ୟୁନିଟ ୯ ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ, ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧିବକ୍ତା, ରାଜନୀତିଜ୍ଞ, ସମାଜସେବୀ ଡ଼ଃ ଶମ୍ବୁ ପାଣିଗ୍ରାହୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷା ବିତ, ସମାଜସେବୀ ରମେଶ ଚନ୍ଦ୍ର ସାମନ୍ତରାୟ, ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହିବା ସହ ସାମ୍ପ୍ରତିକ ସମୟରେ “ଗଣମାଧ୍ୟମ ଓ ସାମାଜିକ ସଂଗଠନଙ୍କ “ଭୂମିକା ଶୀର୍ଷକ ଆଲୋଚନା ରେ ନିଜନିଜ ବକ୍ତବ୍ୟ ରଖିବା ସହ ଅସହାୟ ତଥା ଯେଉଁମାନେ ବାସ୍ତବରେ କୌଣସି ସୁବିଧା ପାଉନାହାନ୍ତି ସେମାନଙ୍କ ପାଖରେ ଯେପରି ପହଂଚିପାରିବ, ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 ବିଗତ ପାଞ୍ଚବର୍ଷ ଧରି ପୁଜ୍ୟପୂଜା କୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମର ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।  ମୁଖ୍ୟଅତିଥି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ ଗଣମାଧ୍ୟମ କାହାର ଚାପରେ ବସବର୍ତ୍ତୀ ନ ହୋଇ ତାର ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ଆବଶ୍ୟକ ।  କୌଣସି ଖବର ଯାହା ସତ୍ୟ, ତଥ୍ୟ ଉପରେ ଆଧାରିତ ତାହା ପ୍ରକାଶ କରିବା ଆବଶ୍ୟକ, ଏହା ସହିତ ସାମାଜିକ ଗଣମାଧ୍ୟମରେ ଖବର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ପ୍ରକାଶ କରିବା ଆବଶ୍ୟକ ।  ସଭାପତି ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରିଥିଲେ ଯେ ପୁଜ୍ୟପୂଜା, ମାନବବାଦ, ରାଷ୍ଟ୍ରହିତ ସର୍ବୋପରି ହେବା ଆବଶ୍ୟକ । ଅନ୍ୟଦୁଇ ଅତିଥି ଶ୍ରୀଯୁକ୍ତ ସାମନ୍ତରାୟ ଓ ଡ଼ଃ ପାଣିଗ୍ରାହୀ ଗଣମାଧ୍ୟମ ଓ ସାମାଜିକ  ସଂଗଠନଙ୍କ ରାଷ୍ଟ୍ରର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।ସମ୍ପାଦକ ଶ୍ରୀଯୁକ୍ତ ତ୍ରିପାଠୀ ପୁଜ୍ୟପୂଜା କୁ ଆଜିର ଯୁବପୀଢ଼ି ସର୍ବଦା ଗୁରୁତ୍ୱ ଦେବା ନିଜର ଉତ୍ତର ଦାୟିତ୍ୱ ନେବା ଆବଶ୍ୟକ ବୋଲି କହିଥିଲେ ।  ଏହି ଅବସରରେ ଦଶଜଣ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା ।

ବରିଷ୍ଠ ଅଧିବକ୍ତା, ସମାଜସେବୀ ଡ଼ଃ ଶମ୍ବୁ ପାଣିଗ୍ରାହୀ, ପୁଜ୍ୟପୂଜା ପ୍ରାଣ କବି ସୁନୀଲ କୁମାର ମିଶ୍ର, ଦିଶା ସମ୍ପାଦକ ସଂଜୀବ ପଣ୍ଡା, ଓଡିଶା ଉଦ୍ୟୋଗୀ ପରିବାର ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର ସମାଜସେବୀକା ଡ଼ଃ ବନ୍ଦନା ହରିଚନ୍ଦନ, ଢେଙ୍କାନାଳ ସମାଜସେବୀ ବିମଲ ରଣା, ସାମ୍ବାଦିକ ଡ଼ ଲିଙ୍ଗରାଜ ସାହୁ, ସମାଜସେବୀ ବସନ୍ତ ପ୍ରଧାନ, ଦୀପକ ପାହାଡ଼ ସିଂ, ନିକୁଞ୍ଜ ସୁନ୍ଦରାୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।  ଏହା ସହିତ ସଂଗଠନର ସଦସ୍ୟ/ସଦସ୍ୟାଙ୍କୁ ଟ୍ରଫି ଓ ଉତ୍ତରୀୟସହ ସମ୍ମାନିତ କରାଯାଇଥିଲା ।  ଶେଷରେ ସାମ୍ବାଦିକ ମଦନ ମୋହନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିବମ ଶିକ୍ଷାନୁଷ୍ଠାନ ର ବିଦ୍ୟାର୍ଥୀ,ଲେଖିକା ସରୋଜିନୀ ମିଶ୍ର,ନାରାୟଣ ଖୁଣ୍ଟିଆ, ପ୍ରଜ୍ଞା ପଟନାୟକ, ସୀତାଂଶୁ ଶେଖର ମହାରଣା, ପ୍ରିୟବ୍ରତ ପ୍ରମୁଖ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *