କେନ୍ଦୁପାଟଣା ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ବ୍ୟାପକ ଆୟୋଜନ

ନିଶ୍ଚିନ୍ତକୋଇଲି,୧୨/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା)କଟକ ଜିଲ୍ଲା କେନ୍ଦୁପାଟଣାଠାରେ ଆଗାମୀ ଅକ୍ଟୋବର ମାସ ୧୭ ତାରିଖ ଶନିବାର ଠାରୁ ୨୧ତାରିଖ ବୁଧବାର ପଞ୍ଚ ଦିବସ ବ୍ୟାପୀ ମା ଅଷ୍ଟାଦଶ ଭୁଜା ଦୁର୍ଗାଦେବୀ ଙ୍କର ଏକତ୍ରିଂଶ ତମ ଷୋଡଶ ଉପଚାର ପୂଜା ଉତ୍ସବ ଚିତ୍ରୋତ୍ପଳା ନଦୀତଟ ସାର୍ବଜନୀନ ଦୁର୍ଗା ମଣ୍ଡପରେ ଯଥାବିଧି ଅନୁଷ୍ଠିତ ହେବ । ଏଥିପାଇଁ ଅନୁଷ୍ଠାନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

୧୭ତାରିଖ ଶନିବାର ତପ ଷଷ୍ଠୀ ଓ ବିଲ୍ୱାଧୀବାସ, ୧୮ତାରିଖ ରବିବାର ମହା ସପ୍ତମୀ ପୂଜା,ଚକ୍ଷୁ ଦାନ,୧୯ତାରିଖ ସୋମବାର ମହାଷ୍ଟମୀ ପୂଜା, ଦୁର୍ଗା ବ୍ରତ ପୂଜା, ସନ୍ଧି ପୂଜା ଓ ବଳି ଦାନ, ୨୦ତାରିଖ ମଙ୍ଗଳ ବାର, ମହାନବମୀ ପୂଜା, ୨୧ ତାରିଖ ବୁଧ ବାର,ବିଜୟା ଦଶମୀ ଦଶହରା,ଘଟ ବିସର୍ଜନ ପରେ,ବିଜୟ ଯାତ୍ରା । ରାତ୍ର ୯.୩୦ ରେ ରାବଣ ପୋଡି ଉତ୍ସବ ଓ ପରେ ପରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆ ଯାଇଛି । ତେବେ ଚଳିତ ପୂଜା ପ୍ରାରମ୍ଭ ବେଳକୁ ଲଘୁଚାପ ସୃଷ୍ଟି ର ସମ୍ଭାବନା ସମ୍ପର୍କ ରେ ପାଣିପାଗ ବିଭାଗ ର ଆକଳନ କରାଯାଉଥିବାରୁ ଆୟୋଜକ ଓ ଭକ୍ତ ମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *