ଲାୟନ୍ସ କ୍ଲବ ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର

ଭୁବନେଶ୍ୱର,୦୧/୦୨/୨୦୨୫ (ଓଡ଼ିଶା ସମାଚାର)- ଶନିବାର ସକାଳେ ଓଡ଼ିଶାର ସର୍ବପୁରାତନ ଏବଂ ସର୍ବବୃହତ୍ ଲାୟନ୍ସ କ୍ଲବ, ଭୁବନେଶ୍ୱର ତରଫରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ । ଲାୟନ୍ସ କ୍ଲବ ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧିମାନେ କ୍ଲବ ଆନୁକୂଲ୍ୟରେ ପରିଚାଳିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଗ୍ରଗତି ସମ୍ବନ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଗରୀବ ଓ ସମାଜର ନିମ୍ନବର୍ଗର ଲୋକମାନଙ୍କୁ ମାଗଣାରେ ଚକ୍ଷୁ ସେବା ଯୋଗାଉଥିବାରୁ ଶ୍ରୀଯୁକ୍ତ ମାଝୀ କ୍ଲବର ସଭ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଏହି ଚକ୍ଷୁ ଚିକିତ୍ସାଳୟର ଉତରୋତର ଉନ୍ନତି କାମନା କରିଥିଲେ ।
ଏହି ସାକ୍ଷାତ୍ ଆଲୋଚନା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ଚକ୍ଷୁ ଚିକିତ୍ସାଳୟର ଉନ୍ନତି ଏବଂ ଆଧୁନିକକରଣ କରିବା ନିମନ୍ତେ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଲାୟନ୍ସ କ୍ଲବ ତରଫରୁ ଚକ୍ଷୁ ଚିକିତ୍ସାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଧିରେନ କୁମାର ଧଳ, କ୍ଲବ ସଭାପତି ଡକ୍ଟର ବିପିନ ବହାରୀ ମିଶ୍ର, ଉପଦେଷ୍ଟା କିଶୋର ଚନ୍ଦ୍ର ସାହୁ, ସମ୍ପାଦକ ଇଂ ଅଶ୍ୱିନୀ କୁମାର ସେନାପତି, ଆଂଚଳିକ ଅଧ୍ୟକ୍ଷ ତପନ କୁମାର ହରିଚନ୍ଦନ ଏବଂ ବରିଷ୍ଠ ସଭ୍ୟ ରାମପ୍ରସାଦ ପାତ୍ର ଏହି ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *