ଷଷ୍ଠ ସାମାଜିକ ସେବା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୦୧/୦୨/୨୦୨୫ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ “ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ’ ତରଫରୁ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଷଷ୍ଠ ସାମାଜିକ ସେବା ପ୍ରଦାନ ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସାମାଜିକ ସେବା କ୍ଷେତ୍ରରେ ସମାଜସେବା କରୁଥିବା ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷକୁ ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ପାଇକ ଆଖଡା ମହାସଂଘର ସଭାପତି ତଥା ଜଣାଶୁଣା ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ଶ୍ରମିକ ନେତା ମାନସ କୁମାର ଚୌଧୁରୀ, ସମାଜସେବୀ ସେକ୍ ଅବଦୁଲ୍ ସମିମ୍, ଅଭିନେତ୍ରୀ ସୋଫିଆ ଆଲାମ୍, ବିଶିଷ୍ଟ ସ୍ତମ୍ଭକାର ଓ ଲେଖକ ଅମୀୟ ପାଣ୍ଡବ, ସମାଜସେବୀ ଓ ଅଭିନେତା ଚନ୍ଦନ କର, ବିଶିଷ୍ଟ ଅଭିନେତା ଜୀବନ ପଣ୍ଡା, କମଳା ନେହେରୁ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ମଧୁସ୍ମିତା ଦାସ, ହାସ୍ୟ ଅଭିନେତା ଜ୍ଞାନ ବାରିକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସମ୍ମାନିତ ହୋଇଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ସାମାଜିକ ସେବା ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ହର ପ୍ରସାଦ ମହାପାତ୍ର, ପ୍ରତାପ କୁମାର ପ୍ରଧାନ, ଲକ୍ଷ୍ମୀପି୍ରୟା ମହାନ୍ତି, ପ୍ରଜ୍ଞା ପରମିତା ମହାନ୍ତି, ସାଗର କୁମାର ସାହୁ, ଲକ୍ଷ୍ମୀଧର ସାହୁ, ସଂଗୀତା ଦାସ, ଡ. ସ୍ମୃତିରଂଜନ ଦାସ, ଅମୀତ କୁମାର ଦାଶ, ସୋନାଲି ପଲାଇ, ସସ୍ମିତା ମଙ୍ଗରାଜ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ସାମାଜିକ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ସେହିଭଳି ଯଶୋଦା ମା’ ଫାଉଣ୍ଡେସନ୍, ଓମେନ୍ ଇନ୍ ସୋସାଇଟି ହେଲପ୍, ସେଂଟର ଫର ଭଲୁ୍ୟନ୍ଟାରୀ ସର୍ଭିସ୍, ମହର୍ଷି ମହିଳା ବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍, ମାନବତା ହେତୁ ଏକତା ସଂଗଠନ, ଜୀବନସେବା ଫାଉଣ୍ଡେସନ୍, ମିଶନଜ୍ୟୋତି ଟ୍ରଷ୍ଟ, ବିଜୁ ପଟ୍ଟନାୟକ କଲେଜର ଏନ୍.ଏସ୍.ଏସ୍. ୟୁନିଟ୍, ଦି ପାୱାର ଅଫ୍ ହୁ୍ୟମାନିଟି, ସଙ୍ଗିନୀ ଫାଉଣ୍ଡେସନ ପ୍ରମୁଖ ସଂଗଠନକୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ବିନୋଦ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ ଓ ମନୋଜ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଲୁ ସାହୁ, ଲକ୍ଷ୍ମୀପି୍ରୟା, ପ୍ରଦୀପ ବେହେରା, ବିଷ୍ଣୁ ସାହୁ, ଜଗନ୍ନାଥ, କ୍ଷୀରୋଦ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *