ପଦନପଡା ଓ ଇସମାଇଲପୁର ସେମିଫାଇନାଲକୁ ଉନ୍ନୀତ
ଦଶରଥପୁର,୦୧/୦୨/୨୦୨୫(ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଦୁବକଣ ମେଲଣ ପଡିଆରେ ପାରେଶ୍ୱରନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଉତ୍ତମ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି । ଟୁର୍ନାମେଣ୍ଟଟିକୁ ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ ଓ ଯୁବ ସମାଜସେବୀ ପ୍ରତାପ କୁମାର ନାୟକ ଯୋଗଦେଇ ଫିତାକାଟି ଉଦଘାଟନ କରିଥିବା ବେଳେ ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୁବନେତା ବିଶ୍ୱଜିତ ଦାସ, ପାରେଶ୍ୱର କ୍ରିକେଟ କ୍ଲବର ସଭାପତି ଅଜିତ ମଲ୍ଲିକ, ସମ୍ପାଦକ ସୁଦାମ ମଲ୍ଲିକ, ନରୋତ୍ତମ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ପଦନପଡା ଓ ଧୂଷୁରୀ କ୍ରିକେଟ ଟିମ ମଧ୍ୟରେ
ପ୍ରଥମ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଟସ ଜିଣି ଧୂଷୁରୀ କ୍ରିକେଟ ଟିମ ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ହରାଇ ୨୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ପଦନପଡା କ୍ରିକେଟ ଟିମ ୩ ଓଭରରେ ୨ ଉଇକେଟ ହରେଇ ୨୬ ରନ ସଂଗ୍ରହ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ । ସେହିପରି ଦ୍ୱିତୀୟ କ୍ଵାଟର ଫାଇନାଲ ମ୍ୟାଚ ଗହିରାପାଳ ଓ ଇସମାଇଲପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଇସମାଇଲପୁର କ୍ରିକେଟ ଟିମ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ଟୁର୍ନାମେଣ୍ଟରେ ସୁନିଲ କୁମାର ନାୟକ ଓ ଅସିତ ମଲ୍ଲିକ ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ ସୁଶାନ୍ତ କୁମାର ପଣ୍ଡା ଭାଷ୍ୟକାର ଦାୟିତ୍ୱ ତୁଲାଇ ଥିଲେ । ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ସଭ୍ୟ ଗୋପାଳ ଦାସ, ଚୈତନ୍ୟ ମଲ୍ଲିକ, ସନ୍ତୋଷ ମଲ୍ଲିକ, ବିକାଶ ମଲ୍ଲିକ, ବୈଲୋଚନ ମଲ୍ଲିକ, ଅଧୀର ମଲ୍ଲିକ,ସୁବ୍ରତ ଯେନା,ନିରଞ୍ଜନ ବାରିକ, ଲକ୍ଷ୍ମଣ ସେଠି ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।
