ଶ୍ରୀ ଶ୍ରୀ ଚ଼ନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠରେ ମହା ଶିବରାତ୍ରି ନିମନ୍ତେ ପ୍ରସ୍ତୁତି ବୈଠକ  

ଭୁବନ ୦୧ /୦୨/୨୦୨୫ (ଓଡ଼ିଶା ସମାଚାର)- ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ଆସନ୍ତା ୨୬. ୦୨. ୨୦୨୫ ରିଖ ବୁଧବାର ମହାଶିବରାତ୍ରୀ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ବୈଠକରେ ଅଧ୍ୟକ୍ଷତା କରି ଜାଗର ଯାତ୍ରାରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେବାକୁ କହିଥିଲେ । ଯାତ୍ରୀମାନଙ୍କ ନିରାପତ୍ତା, ଗହଳି ନିୟନ୍ତ୍ରଣ ଏବଂ ପୀଠରେ ସ୍ୱଚ୍ଛତା ପ୍ରତି ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ । ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ବିନା ପାସ୍ ରେ କୌଣସି ଯାନବାହନକୁ ପୀଠକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ରାଜପୁରୋଧା ଶ୍ରୀ ପଞ୍ଚାନନ ମିଶ୍ରଙ୍କ ଗଣନା କ୍ରମେ ରାତ୍ର ୩ଟା ୫୫ ଠାରୁ ବେଢ଼ା ପୂଜା, ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ରାତ୍ର ୪ଟା ୨୦ ମିନିଟ୍ ମଧ୍ୟେ ଶେଷ ହେବ ବୋଲି ଜଣା ଯାଇଛି । ବୈଠକରେ ମନ୍ଦିର ପରିସର ଆଲୋକସଜ୍ଜା, ଯାତ୍ରୀମାନଙ୍କ ନିମନ୍ତେ ଜଳ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଯାନବାହାନ ନିୟନ୍ତ୍ରଣ, ଦୋକାନ ବଜାର ନିମନ୍ତେ ସ୍ଥାନ ନିରୂପଣ, ପୀଠର ପରିଷ୍କାର ପରିଚ୍ଛନ୍ନତା , ସର୍ପାଦି ପ୍ରତି ପ୍ରତିକାର ବ୍ୟବସ୍ଥା, ଆଶୁ ଚ଼ିିକିତ୍ସା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡନାୟକ ସମସ୍ତଙ୍କୁ ସ୍ୱାଗତ କରି ଜାଗରଯାତ୍ରାର ଆୟୋଜନ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଶେଷରେ ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *