ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, ୧୫/୦୨/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ନାଉଗାଁ ବ୍ଲକ ଅନ୍ତjର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ବରିଷ୍ଠ ଶିକ୍ଷକ, ଶିକ୍ଷୟି ତ୍ରୀ ଏବଂ ଛାତ୍ର ଛାତ୍ରୀମାନେ  ଉପସ୍ଥିତ ଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅତିଥି ପରିଚୟ କରାଇଥିଲେ ।  ପ୍ରବାସୀ ଶ୍ରମିକଙ୍କ ବିଭିନ ସୁବିଧା ଅସୁବିଧା ସମ୍ପର୍କରେ ଆଇନ ସେବା ପ୍ରାଧିକରଣ ସଚିବ ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହ ଆଇନଗତ ଦିଗ ବିଷୟରେ ଆଲୋଚନା କରିଥିଲେ । ପ୍ରବାସୀ ଶ୍ରମିକ ଯଦି କୌଣସି ଅସୁବିଧାର ସମୁଖୀନ ହେଉଥାନ୍ତି ତେବେ ଆଇନଗତ ସାହାଯ୍ୟ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିବା ପାଇଁ ସଚିବ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ । ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *