ଅବିଭକ୍ତ କଳାହାଣ୍ଡିର ବିକାଶ ଏକମାତ୍ର ଲକ୍ଷ୍ୟ : ସୁନୀତି

କଳାହାଣ୍ଡି, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)-“ଯେଉଁ ମାଟି ପରିଚୟ ଦେଇଛି, ତାର ସେବା କରିବାକୁ ହେବ। ତାର ଗୌରବ ଅକ୍ଷୁର୍ଣ୍ଣ ରଖି ତାର ବିକାଶ କରିବାକୁ ହେବ” – ଏହି ମନ୍ତ୍ରରେ ଅଭିମନ୍ତ୍ରିତ ସୁନୀତି ମୁଣ୍ଡ। ପିଲାଦିନୁ ସେବା ମନୋଭାବ ରଖି ଜନସାଧାରଣଙ୍କ ସେବା କରିଆସୁଥିବା ସୁନୀତି ଯେଉଁଠି ଥିଲେ ବି ନିଜ ଜନ୍ମମାଟି କଳାହାଣ୍ଡିକୁ ଭୁଲି ନାହାନ୍ତି। ଗତ ଦିନ ଗୁଡ଼ିକରେ ସେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣ ବୁଲି ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ନିଜସ୍ୱ ଉଦ୍ୟମରେ ସେ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ରେଳ ଚଳାଚଳ ଆଦି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ସମସ୍ୟାଗୁଡିକ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କରି ତାହା ସମାଧାନ କରିବାକୁ ଦାବି କରିଛନ୍ତି। ସେଥିରୁ ସୁଫଳ ମଧ୍ୟ ମିଳିଛି। ଅବିଭକ୍ତ କଳାହାଣ୍ଡି ଯେଭଳି ଏକ ବିକଶିତ ଜିଲ୍ଲା ଭାବରେ ସାରା ଦେଶରେ ପରିଚିତ ହେବ ତାହା ତାଙ୍କର ଲକ୍ଷ୍ୟ। ଜଣେ ନୀତିନିଷ୍ଠ କଠିନ ପରିଶ୍ରମୀ ମହିଳା ଭାବରେ ତାଙ୍କର ଏହି ଉଦ୍ୟମକୁ ସମଗ୍ର କଳାହାଣ୍ଡି ବାସୀ ପ୍ରଶଂସା କରୁଛନ୍ତି। କଳାହାଣ୍ଡିର ବିକାଶ ଧାରାକୁ ସେ ଆଗେଇନେବେ ବୋଲି ଜନ ସାଧାରଣଙ୍କ ଭିତରେ ତାଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ବଢୁଛି। ସୁନୀତି ଉଚ୍ଚ ଶିକ୍ଷିତା ତଥା ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଅବିଭକ୍ତ କଳାହାଣ୍ଡିର ସାମାଜିକ, ଭୌଗଳିକ, ଐତିହାସିକ, ଅର୍ଥନୈତିକ ତଥା ରାଜନୈତିକ ପ୍ରସଙ୍ଗ ଉପରେ ତାଙ୍କର ଭଲ ଦଖଲ ଅଛି ଯାହା ଅବିଭକ୍ତ କଳାହାଣ୍ଡିକୁ ବିକାଶ ଆଡ଼କୁ ଗତି କରାଇବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚା ହେଉଛି। ତାଙ୍କ ରଚିତ ଏଯାବତ୍ ୨୪ ଟି ପୁସ୍ତକ ପ୍ରକାଶ ପାଇସାରିଛି, ୨ ଟି ପତ୍ରିକାର ସମ୍ପାଦନା କରନ୍ତି। ସେ ଜଣେ ଲେଖିକା ହୋଇଥିବାରୁ ସମ୍ବେଦନଶୀଳ ଏବଂ ଲୋକଙ୍କୁ ବୁଝିବା ତାଙ୍କ ପାଇଁ ସହଜ। ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ ଭାବରେ ଲୋକଙ୍କ ପାଖରେ ସେ ଗ୍ରହଣୀୟ ହେଉଥିବା ଦେଖିବାକୁ ମିଲୁଛି। କଳାହାଣ୍ଡି ସଂସଦୀୟ କ୍ଷେତ୍ର ଉପରେ ତାଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ଦେଖି ଜନସାଧାରଣରେ ତାଙ୍କୁ ୨୦୨୪ ନିର୍ବାଚନ ରେ କଳାହାଣ୍ଡି ଲୋକସଭା ସାଂସଦ ଭାବେ ଦେଖିବାକୁ ଚାହୁଁଛନ୍ତି। ଦେଶର ଜନପ୍ରିୟ ନେତା ଅଟଳବିହାରୀ ବାଜପେୟୀ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ରାଜନୀତିକୁ ଆସି ଯେପରି ସଫଳ ହୋଇଥିଲେ ସୁନୀତିଙ୍କ ପ୍ରତି ମଧ୍ୟ ଲୋକଙ୍କର ସେହି ଆସ୍ଥା ବଢିବା ଦେଖିବାକୁ ମିଲୁଛି। ସୁନୀତି ୨୦୨୨ ପୌର ନିର୍ବାଚନରେ ଭୁବନେଶ୍ବରରୁ ବିଜେପି ତରଫରୁ ମେୟର ଲଢ଼ି ନିଜ ରାଜନୈତିକ ଦକ୍ଷତାକୁ ପ୍ରତିପାଦନ କରିଥିଲେ।

Leave a Reply

Your email address will not be published. Required fields are marked *