ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୩୦/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦର ୪୯ତମ ବାର୍ଷିକ ଉତ୍ସବ ରବିନ୍ଦ୍ରମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସରେଶ ପୂଜାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନୋଜ୍ଞ ମନୋରଞ୍ଜନଧର୍ମୀ କାର୍ଯ୍ୟର ପ୍ରଶଂସା କରିଥିଲେ । କର୍ମଚାରୀମାନଙ୍କ ସୃଜନଶୀଳ ପ୍ରତିଭା ଓ ଅନ୍ତର୍ନିହିତ ପ୍ରବୃତ୍ତିର ପରିପ୍ରକାଶ ନିମନ୍ତେ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ବିଭାଗର କର୍ମଚାରୀମାନଙ୍କ ସାରସ୍ୱତ କ୍ରିୟାଶୀଳତାରେ ପ୍ରକାଶିତ ସ୍ମରଣିକା ‘ଭୂମି’କୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ ।

ଏହି ଅବସରରେ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା, ନୃତ୍ୟ-ସଂଗୀତ ଓ ଐତିହାସିକ ନାଟକ ‘ଅଶୋକ’ ପରିବେଷିତ ହୋଇଥିଲା । ସାଂସ୍କୃତିକ ସଂସଦର ସଭାପତି ଶ୍ରୀ ଶୁଭେନ୍ଦଦେବ ଆଚାର୍ଯ୍ୟ ଓ ସାଧାରଣ ସଂପାଦକ ଶ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଅନ୍ୟ ସଂସ୍କୃତିପ୍ରେମୀ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

-0-

ବିଭୂତି ନାୟକ ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *