ଗାନ୍ଧୀ ସ୍ମୃତି ପୀଠରେ ପଲ୍ଲିଶ୍ରୀ ମେଳା ଉଦଘାଟିତ

ଫୁଲନଖରା ୩୦/୦୧/୨୦୨୫ (ଓଡ଼ିଶା ସମାଚାର)-କଟକ ମହାନଗର ନିଗମର ୫୯ ନମ୍ବର ଓ୍ବାର୍ଡର ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧିସ୍ମୃତି ପୀଠରେ ସହୀଦ ଦିବସ ଅବସରରେ ଗାନ୍ଧୀ ସ୍ମୃତି ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର କଟକ ସାଂସଦ ଭର୍ତ୍ତୃହରୀ ମହତାବ, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ମେୟର ସୁବାସ ସିଂ, କମିସନର ଅନାମ ଚରଣ ପାତ୍ର, ଯୁଗ୍ମ କମିଶନର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଏଡିଏମ୍ ଶିବ ଟପ୍ନ, କର୍ପୋରେଟର ମମତା ମହାନ୍ତି, ଲିପ୍ସା ନାୟକ, ଜନାର୍ଦ୍ଦନ ପରିଡ଼ା ପ୍ରମୁଖ ଯୋଗଦେଇ ଥିଲେ । କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ ଏହି ସଭାରେ ସଭାପତିତ୍ବ କରିଥିଲେ । ଗାନ୍ଧୀ ସ୍ମୃତି ପରିଷଦ ତରଫରୁ ଏହି ଅଞ୍ଚଳର ପୂର୍ବତନ ଶିକ୍ଷକ ଡଃ ଶରତ କୁମାର ରଥ, ପୂର୍ବତନ ଶିକ୍ଷକ କେଦାର ନାଥ ସିଂ, ଆଧ୍ୟାତ୍ମିକ ମହିଳା ପ୍ରତିଭା ମଞ୍ଜରୀ ଭଟ୍ଟ, ସମାଜ ସେବୀ ଲଲାଟେନ୍ଦୁ ବହୁ, ସମାଜ ସେବା କ୍ଷେତ୍ରରେ ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଡସ୍ ଅର୍ଗାନାଇଜେସନ କୁ ଅତିଥି ମାନେ ସମ୍ମାନିତ କରିଥିଲେ । ଗାନ୍ଧୀ ସ୍ମୃତି ପୀଠରେ ଆୟୋଜିତ ମେଳାରେ ଓରମାସ ପକ୍ଷରୁ ୬୦ଟି ଷ୍ଟଲ ଓ ଅନ୍ୟାନ୍ୟ ଷ୍ଟଲ ମୋଟ ୭୫ଟି ଷ୍ଟଲ ଖୋଲା ଯାଇଛି । ଏହି ମେଳା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ସ୍ବାଧିନ ଚେତା ମହାନ୍ତି, ପ୍ରମୋଦ ବେହେରା,ପ୍ରଶନ ପ୍ରଧାନ, ପ୍ରତାପ ରାଉତରାୟ, ଅଶୋକ ସାହୁ, ସିଦ୍ଧାର୍ଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *