ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁଷ୍ଠ ନିରାକରଣ ଦିବସ ପାଳିତ

ସାମାଜିକ ସହଯୋଗ ଓ ସଚେତନତା ମାଧ୍ୟମରେ କୁଷ୍ଠ ହାରିବ, ଦେଶ ଜିତିବ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ

ଅଗଣିତ କୁଷ୍ଠ ରୋଗୀଙ୍କୁ ଭଲ କରିଥିବା ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଲକ୍ଷ୍ମଣ କୁମାର କାର୍ମିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୩୦/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୁଷ୍ଠ ରୋଗକୁ ସହଜରେ ଚିହ୍ନଟ କରାଯାଇପାରେ ଏବଂ ଏହା ଆରୋଗ୍ୟସାଧ୍ୟ । ବ୍ୟାପକ ସଚେତନତା ଅଭାବରୁ ଏହା ଆଜିର ସମୟରେ ମଧ୍ୟ ଏକ ବ୍ୟାଧି ରୂପେ ଠିଆ ହୋଇଛି । କୁଷ୍ଠ ରୋଗର ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା ତାସହ ଉତ୍ତମ ବ୍ୟବହାର ପ୍ରଦାନ କରାଗଲେ କୁଷ୍ଠ ରୋଗକୁ ପରାହତ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କୁଷ୍ଠମୁକ୍ତ ଭାରତ ସ୍ବପ୍ନକୁ ସାକାର କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ଭାରତ ଗଢିବାର ସ୍ବପ୍ନ ସାକାର କରିବାକୁ ହେଲେ ସମସ୍ତଙ୍କର ସାମାଜିକ ସହଯୋଗ ଓ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଜନ ସଚେତନତାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ପାଳିତ କୁଷ୍ଠ ନିରାକରଣ ଦିବସ ଅବସରରେ ମୁଖ୍ୟଅତିଥିଭାବେ ଯୋଗଦେଇ ଡ଼ଃ ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ।

କୁଷ୍ଠ ରୋଗର ଯେତେ ଶୀଘ୍ର ଚିହ୍ନଟ ହେବ, ସେତେ ଶୀଘ୍ର ତାର ନିରାକରଣ କରାଯାଇପାରିବ । ଅନ୍ୟ ରୋଗ ଭଳି ଏହା ମଧ୍ୟ ଏକ ଆରୋଗ୍ୟସାଧ୍ୟ ରୋଗ ତେଣୁ କୁଷ୍ଠ ରୋଗକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଚିକିତ୍ସା ସହିତ ସାମାଜିକ ସହଯୋଗ ମିଳିଲେ ଏହି ରୋଗକୁ ସମ୍ପୂର୍ଣ୍ଣ ପରାଜିତ କରାଯାଇପାରିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ. କହିଛନ୍ତି ।

ଏହି ଅବସରରେ ରାଜ୍ୟର ଅଗଣିତ କୁଷ୍ଠ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଓ ସେବା ମାଧ୍ୟମରେ ଭଲ କରିଥିବା ଝାରସୁଗୁଡାର ସୁନାମଧନ୍ୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଲକ୍ଷ୍ମଣ କୁମାର କାର୍ମିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ କୁଷ୍ଠ ରୋଗ ସମୟର ଯାତନା ଏବଂ କୁଷ୍ଠ ରୋଗରୁ ମୁକ୍ତି ପାଇଲା ପରେ ଯେକୌଣସି ବ୍ୟକ୍ତିର ଆନନ୍ଦ ଓ ଆଶୀର୍ବାଦ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ । ସ୍ବର୍ଗତ ପିତାମାତାଙ୍କ ଆଶୀର୍ବାଦ ବିନା ଏହା ସମ୍ଭବ ହୋଇପାରିନଥାନ୍ତା ବୋଲି ସେ କହିଥିଲେ ।

 କୁଷ୍ଠ ନିରାକରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ତିନିଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ର, ବରିଷ୍ଠ ବିଭାଗୀୟ ଅଧିକାରୀ, ଛାତ୍ର-ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

(ଜାତୀୟ କୁଷ୍ଠ ଦିବସ ନିରାକରଣ କାର୍ଯ୍ୟକ୍ରମ, ଓଡ଼ିଶା)

ବାର୍ଷିକ କାର୍ଯ୍ୟାବଳୀର ବିବରଣୀ ୨୦୨୪-୨୫

“ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ” ରେ ୧୯୮୩ ମସିହାରେ ଏମ୍‌.ଡ଼ି.ଟି  ଆରମ୍ଭ କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ଦେଶରୁ କୁଷ୍ଠ ରୋଗକୁ ନିରାକରଣ କରିବା । ଏମ୍‌.ଡ଼ି.ଟି  ଚିକିତ୍ସା ପଦ୍ଧତି ମାର୍ଚ୍ଚ ୧୯୮୩ ମସିହାରେ ଓଡ଼ିଶାରେ ପ୍ରଚଳନ ଦ୍ୱାରା ରୋଗ-ପ୍ରାଦୁର୍ଭାବ ହାର ଏବଂ ବାର୍ଷିକ ନୂତନ ରୋଗୀ ଚିହ୍ନଟ ହାରରେ ଦ୍ରୃତଗତିରେ ହ୍ରାସ ପରିଲିକ୍ଷିତ ହେଲା । ୧୯୮୩ ମସିହାରେ ଓଡ଼ିଶାରେ କୁଷ୍ଠ ରୋଗ ପ୍ରାଦୁର୍ଭାବ ହାର ପ୍ରତି ୧୦,୦୦୦ ଜନସଂଖ୍ୟାରେ ୧୨୧.୪ ଥିଲା ଏବଂ ବର୍ତ୍ତମାନ ଏହା ୧.୪୭ ରହିଅଛି (୩୧ ଡ଼ିସେମ୍ବର  ୨୦୨୪ ସୁଦ୍ଧା) ।

୨୦୨୪-୨୫ ର ମୂଖ୍ୟ କାର୍ଯ୍ୟକ୍ରମ ଏବଂ ଫଳାଫଳ (୩୧ ଡ଼ିସେମ୍ବର  ୨୦୨୪ ସୁଦ୍ଧା):

 (ନିମ୍ନସ୍ଥ ତଥ୍ୟ ପିଡିଏଫ ଓ ୱାର୍ଡରେ ସଠିକ ଢଙ୍ଗରେ ଅଛି )

ସୁଚକ  ୨୦୧୯-୨୦  ୨୦୨୦-

୨୧    ୨୦୨୧-୨୨  ୨୦୨୨-

୨୩    ୨୦୨୩-୨୪

          ୨୦୨୪-୨୫

ନୂତନ କୁଷ୍ଠ ରୋଗୀ ଚିହ୍ନଟ ସଂଖ୍ୟା        ୧୦୦୭୭      ୬୧୪୮         ୫୭୨୯

୭୧୯୭         ୮୩୯୬         ୬୧୯୪

ଗ୍ରେଡ଼-୨ ଅକ୍ଷମତା ବ୍ୟକ୍ତିଙ୍କ ସଂଖ୍ୟା      ୨୦୦  ୧୭୮  ୧୬୪

୧୯୫  ୧୪୯  ୯୫

ଶିଶୁ ରୋଗୀ ସଂଖ୍ୟା     ୬୮୧  ୪୨୨  ୩୯୨  ୩୮୨  ୫୧୩  ୩୪୭

୨୦୨୪-୨୫ ର  ମୂଖ୍ୟ କାର୍ଯ୍ୟକ୍ରମ (ଡ଼ିସେମ୍ବର  ୨୦୨୫ ସୁଦ୍ଧା):

୧) ପୁନଃକ୍ଷମ ଅସ୍ତ୍ରୋପଚାର : ଏହି ବର୍ଷ (୨୦୨୪-୨୫),୪୪ ପୁନଃକ୍ଷମ ଅସ୍ତ୍ରୋପଚାର  କରାଯାଇଅଛି । ଯେଉଁ ବ୍ୟକ୍ତିମାନେ ଏହି ଅସ୍ତ୍ରୋପଚାର ସୁବିଧା ପାଇଛନ୍ତି, ସେମାନଙ୍କୁ ପାରିଶ୍ରମିକ ଭରଣା ବାବଦକୁ ୧୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଅଛି ।

୨) କୁଷ୍ଠରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକ ମାନଙ୍କର ରୋଗ ପ୍ରତିଷେଧକ କାର୍ଯ୍ୟକ୍ରମ:ଚିହ୍ନିତ କୁଷ୍ଠରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମାନଙ୍କୁ  ଏକ ପାନ ରିଫାମ୍‌ପିସିନ୍ ଔଷଧ ପ୍ରତିଷେଧକ ହିସାବରେ ସେବନ କରାଇ  କୁଷ୍ଠ ସଂକ୍ରମଣକୁ ରୋକା ଯାଉଛି । ୨୦୨୪-୨୫ ରେ  କୁଷ୍ଠରୋଗୀ ସଂସ୍ପର୍ଶରେ ଆସିଥିବା ୧୪୩୨୭୬ ବ୍ୟକ୍ତିଙ୍କୁ  ଏକ ପାନ ରିଫାମ୍‌ପିସିନ୍ ଔଷଧ ପ୍ରତିଷେଧକ ସେବନ କରାଯାଇଛି ।

୩) ଅକ୍ଷମତା ଦୂରୀକରଣ ଏବଂ ଚିକିତ୍ସା ପୁନର୍ବାସ କାର୍ଯ୍ୟକ୍ରମ : ୩୮୬ ଅକ୍ଷମତା ଦୂରୀକରଣ ଏବଂ ଚିକିତ୍ସା ପୁନର୍ବାସ କେନ୍ଦ୍ର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଚିକିତ୍ସା କେନ୍ଦ୍ର ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ମାନଙ୍କରେ କାର୍ଯ୍ୟକରୁଅଛି । ଅକ୍ଷମତା ସେବା  ଯେପରିକି ଘା’ ର ଯତ୍ନ, ଜଟିଳତାର ଚିକିତ୍ସା, ସ୍ୱତନ୍ତ୍ର ଧରଣର ଚପଲ, ଘା’ର ଯତ୍ନ ସରଞ୍ଜାମ ବିନା ମୂଲ୍ୟରେ ଯୋଗାଇ  ଦିଆଯାଉଅଛି । ଚଳିତ ବର୍ଷ  ପାଦର ଯତ୍ନ ନିମିତ ୭୦୭୦ ହଳ ଏମ.ସି. ଆର. ଚପଲ ଯୋଗାଇ ଦିଆଯାଇଛି, ୧୦୭୭୭ ଘା’ର ଯତ୍ନ ସରଞ୍ଜାମ ବିତରଣ ଏବଂ ସାଧାରଣ ରୋଗର ଚିକିତ୍ସା କରାଯାଇଅଛି ।

୪) କୁଷ୍ଠ ସଚେତନତା କାର୍ଯ୍ୟକ୍ରମ : କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ  ସହ ଜଡିତ ଘୃଣା ତଥା ଭେଦଭାବକୁ ଦୂର କରିବା ପାଇଁ ସମ୍ବାଦପତ୍ର, ଟେଲିଭିଜନ ଓ ରେଡ଼ିଓ କାର୍ଯ୍ୟକ୍ରମ ମାଧ୍ୟମରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ କରାଯାଇଅଛି । ସ୍ପର୍ଶ କୁଷ୍ଠ ସଚେତନ କାର୍ଯ୍ୟକ୍ରମ ରାଜ୍ୟର ପ୍ରତି ଗ୍ରାମ ସ୍ତରରେ କରାଯାଇଅଛି । ସ୍କୁଲ ପିଲାମାନଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା କରାଯାଇଅଛି ।

-0-

ସୌରଭ ପ୍ରଧାନ ସୂଚନା ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *