ଭୁବନେଶ୍ୱର, ୨୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଞ୍ଚି ସ୍ଥିତ ଜୟଶଙ୍କର ପ୍ରସାଦ ବିଚାର ସଂଘ ଓ ଗୋସ୍ମନର ମହାବିଦ୍ୟାଳୟର ହିନ୍ଦି ବିଭାଗ ମିଳିତ ଆନୁକୁଲ୍ୟରେ ଜୟଶଙ୍କର ପ୍ରସାଦ ସ୍ମୃତି ସମାରୋହ ତରଫରୁ ଆସନ୍ତା ଗୁରୁବାର ଦିନ ଏକ ଆଲୋଚନାଚକ୍ର ଆୟୋଜନ କରାଯାଉଥିବା ଜଣାପଡିଛି। ଜୟଶଙ୍କର ପ୍ରସାଦଙ୍କର ସାହିତ୍ୟ ପ୍ରତି ପ୍ରାସଙ୍ଗିକତା ଆଲୋଚନାଚକ୍ରରେ ରାଞ୍ଚି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡ଼. ଫନି ମହାନ୍ତିଙ୍କ ସହିତ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ତଥା ପ୍ରତିଷ୍ଠିତ କବି ଓ ସାହିତ୍ୟିକ ଇଂ. ଯାମିନି କାନ୍ତ ଦାସ ଉଭୟେ ନିମନ୍ତ୍ରିତ ହୋଇ ବିଶିଷ୍ଟ ଅତିଥି ଭାବେ ଯୋଗଦେବା ପାଇଁ ଝାଡ଼ଖଣ୍ଡର ରାଞ୍ଚିକୁ ଯାତ୍ରା କରିଛନ୍ତି। ପ୍ରକାଶ ଥାଉକି ଆସାମ ଲେଖକ ସଂଘ ତରଫରୁ ନିମନ୍ତ୍ରିତ ହୋଇ ଆସାମର ଶିବସାଗର ଜିଲ୍ଳାରେ ଗତ ଡିସେମ୍ବର ମାସରେ ଆୟୋଜିତ ହୋଇଥିବା ତିନିଦିନିଆ ସର୍ବଭାରତୀୟ ବହୁଭାଷୀ କବି ସମ୍ମିଳନୀରେ ଓଡିଶାରୁ ସ୍ୱତନ୍ତ୍ର ଅତିଥି ଭାବେ ଡ଼. ମହାନ୍ତିଙ୍କ ସହିତ ଇଂ. ଦାସ ଉଭୟେ ଯୋଗଦେବା ପାଇଁ ଶିବସାଗର ଜିଲ୍ଳା ଗସ୍ତରେ ଯାଇଥିଲେ। ଅନ୍ୟ ରାଜ୍ୟକୁ ଗସ୍ତରେ ଯାଇଥିବା ଏହି ଦୁଇ ଓଡ଼ିଆ କବି ଓଡ଼ିଶାର ଅନୁଭୂତି ବର୍ଣ୍ଣନା କରୁଥିବାରୁ ସବୁ ମହଲରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ଜୟଶଙ୍କର ପ୍ରସାଦ ସ୍ମୃତି ସମ୍ମାନ ସମାରୋହ : ବିଶିଷ୍ଟ ଅତିଥି ଭାବେ ଯୋଗଦେବେ ଓଡ଼ିଶାରୁ ଦୁଇ
